ଚେନ୍ନାଇ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ଏପ୍ରିଲ ୨୯ ସନ୍ଧ୍ୟାରେ ଭୋଟ ଗ୍ରହଣ ଶେଷ ସହ ଏବେ ସମସ୍ତଙ୍କ ନଜର ଏଗଜିଟ୍ ପୋଲ ଅନୁମାନ ଉପରେ ରହିଛି। ଏହା ସେହି କ୍ଷଣ ଯେବେ ପ୍ରଥମଥର ଅନ୍ଦାଜ କରାଯାଇ ପାରିବ ଯେ ରାଜ୍ୟର ଶାସନ ଡୋରୀ କାହା ହାତକୁ ଯିବ। ଏଥର ତାମିଲନାଡୁ ବିଧାନସଭା ନିର୍ବାଚନରେ କଡ଼ାକଡି ଓ ସିଧା ଟକ୍କର ହୋଇଛି। ଗୋଟିଏପଟେ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ପୁଣି ରାଜ୍ୟ ଶାସନକୁ ଫେରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଇ.କେ. ପାଲାନୀସ୍ୱାମୀ ତାଙ୍କ ଏଆଇଏଡିଏମକେକୁ ପୁଣି ଥରେ ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି।

ଏପ୍ରିଲ ୨୩ ତାରିଖ ଦିନ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ଏହା ପରଠାରୁ ରାଜନୈତିକ ଅଳିନ୍ଦରେ ହଲଚଲ ଆରମ୍ଭ ହୋଇଯାଇଛି। ଏଥିରୁ ପ୍ରଶ୍ନ ଉଠୁଛି ଦ୍ରାବିଡ ରାଜନୀତିର ଏହି ଗଡ଼ ଶାସକ ଦଳ ହାତରେ ରହିବ ନା ପରିବର୍ତ୍ତନ ଦେଖିବାକୁ ମିଳିବ? ଇଣ୍ଡିଆଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ, ସି-ଭୋଟର, ଜନକିବାତ୍ ଓ ଟୁଡେଜ୍ ଚାଣକ୍ୟ ଭଳି ବଡ ବଡ଼ ଏଗଜିଟ୍ ପୋଲମାନେ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏହି ପୋଲରୁ ଜଣାପଡିବ ଦ୍ରାବିଡ ରାଜନୀତିର ଏହି ଗଡ଼ କାହା ହାତକୁ ଯିବ। ଡିଏମକେ ପୁଣି ଶାସନକୁ ଫେରିବ ନା ଏଆଇଡିଏମକେ ପୁଣି ସରକାରକୁ ଫେରିବ? ଆସନ୍ତୁ ଜାଣିବା।

ମାଟ୍ରିଜ୍ ତାମିଲନାଡୁରେ ଡିଏମକେ ମେଣ୍ଟକୁ ୧୨୨ରୁ ୧୩୨ ସିଟ୍ ମିଳିବ ବୋଲି ଅନୁମାନ କରିଛି। ସେହିପରି ଏଆଇଏଡିଏମକେ+ ଏନଡିଏ ମେଣ୍ଟକୁ୮୭ରୁ ୧୧୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଅଭିନେତା ବିଜୟଙ୍କ ଟିଭିକେକୁ ୧୦ରୁ ୧୨ଟି ସିଟ୍ ମିଳୁଥିବା ବେଳେ ସ୍ୱାଧୀନ ଓ ଅନ୍ୟଙ୍କ ଖାତାକୁ ଶୁନରୁ ୬ଟି ଆସନ ଯାଉଥିବାର ଦେଖା ଯାଉଛି।

ଆଗରେ ଡିଏମକେ ମେଣ୍ଟ
ସେହିପରି ପ୍ୟୁପିଲସ ପଲସ ଆକଳନ ଅନୁସାରେ ଡିଏମକେ ମେଣ୍ଟକୁ ୧୨୫ରୁ ୧୪୫ ଆସନ ମିଳୁଥିବା ବେଳେ ଏଆଇଏଡିଏମକେ ଓ ମେଣ୍ଟକୁ ୬୫ରୁ ୮୦ଟି ଆସନ ମିଳୁଛି। ଏଥିରେ ଟିଭିକେକୁ ୧୮ଟି ୨୪ଟି ଆସନ ମିଳୁଥିବା ବେଳେ ସ୍ୱାଧୀନ ଓ ଅନ୍ୟଙ୍କ ଖାତାକୁ ୨ରୁ ୬ଟି ଆସନ ଦିଆଯାଉଛି। ସେହିପରି ପି-ମାର୍କ ଏଗଜିଟ୍ ପୋଲ ଅନୁସାରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ଅଦଳବଦଳର ସଂକେତ ମିଳୁଛି। ଏଗଜିଟ୍ ପୋଲ ଅନୁସାରେ ଶାସକ ଡିଏମକେ ମେଣ୍ଟକୁ ୧୨୫ରୁ ୧୪୫ଟି ଆସନ ମିଳୁଥିବାର ଅନୁମାନ କରାଯାଉଛି। ଯାହା ଷ୍ଟାଲିନଙ୍କ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବାର ସ୍ପଷ୍ଟ ସଂକେତ ଦେଉଛି।

ଏଗଜିଟ ପୋଲରେ ପଛଉଛି ଏଆଇଏଡିଏମକେ
ସବୁ ଏକଗଜିଟ୍ ପୋଲରେ ପାଲାନୀସ୍ୱାମୀଙ୍କ ଏଆଇଏଡିଏମକେ ମେଣ୍ଟ ପଛଉଥିବାର ଦେଖା ଯାଉଛି। ମେଣ୍ଟକୁ କେବଳ ୬୫ରୁ ୮୫ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିପାରେ। ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ୱେଟ୍ରି କଜଖମ (ଟିଭିକେ) ନିର୍ବାଚନରେ ନିଜର ପ୍ରଭାବ ଦେଖାଉଥିବାର ନଜରକୁ ଆସୁଛି। ସର୍ଭେରେ ଦଳକୁ ୧୨ରୁ ୨୬ଟି ଆସନ ମିଳୁଥିବାର ସମ୍ଭାବନା ବ୍ୟକ୍ତ କରାଯାଉଛି।

ରାଜନୀତିକୁ ଧସେଇ ପଶିବ ଟିଭିକେ
ତେବେ ଏଗଜିଟ୍ ପୋଲ ଅନୁମାନରେ ଅଭିନେତାରୁ ନେତା ପାଲଟିଥିବା ବିଜୟଙ୍କ ପାର୍ଟି ଟିଭିକେ ଏହି ନିର୍ବାଚନରେ ଉଲ୍ଲେଖନୀୟ ରାଜନୈତିକ ଯାତ୍ରା ଆରମ୍ଭ କରୁଥିବାର ପୂର୍ବାନୁମାନ କରାଯାଉଛି। ଅନୁମାନରୁ ପାର୍ଟି ରାଜ୍ୟରେ ୧୮ରୁ ୨୪ଟି ଆସନ ଜିତି ରାଜ୍ୟର ରାଜନୈତିକ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଉଭା ହୋଇପାରେ ବୋଲି ଆକଳନ କରାଯାଉଛି।