ଆସିକା ୨୫।୦୪ : ସହିପାରିଲେନି ଦୁଃଖ । ଋଣ ଭାରର ଅସହ୍ୟ ପୀଡା ନେଇଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ସ୍ୱାମୀ-ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବି ପଛାଇଲେନି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା କଳାସୂଚା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ହୃଦଘାତରେ ଆଖିବୁଜିଥିଲେ । ଘରେ ପାଞ୍ଚ ଜଣ ଝିଅ । ସେମାନଙ୍କ ମଧ୍ୟରୁ ସାନ ଝିଅର ବାହାଘର ଗତ ୨୧ ତାରିଖରେ ହୋଇଥିଲା । ଲଗାତର ଭାବେ ଦମ୍ପତିଙ୍କ ଉପରେ ଋଣର ଭାର ବଢି ବଢି ଚାଲୁଥିଲା । ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀ ମାନସିକ ଚିନ୍ତାରେ ରହୁଥିଲେ । କଥାରୁ ଅଛି ଚିନ୍ତା ହିଁ ମଣିଷର ପରମ ଶତ୍ରୁ । ଯାହା ଆଜି ପ୍ରମାଣ କରିଦେଇଛି ।

Also Read:-ଆକ୍ସନ୍ ମୋଡରେ ED, ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅନେକ ଜାଗାରେ ରେଡ୍

ଶନିବାର ଦିନ କଳାସୂତା ଗାଁରୁ ଆସିଛି ଅଭାବନୀୟ ଘଟଣା । ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଝୁଲିପଡ଼ିଛନ୍ତି ସ୍ୱାମୀ-ସ୍ତ୍ରୀ । ଋଣ ଭାର ସହିନପାରି ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ୬୬ ବର୍ଷ ସୀମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ସେପଟେ ଘଟଣା ସଂପର୍କରେ ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।