ଭୁବନେଶ୍ୱର ୨୭।୧୦ : କୋଟିଆ ପ୍ରସଙ୍ଗରେ ରାଜନୀତି ଓ ବୟାନବାଜି ଜୋର ଧରିଛି। କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, କୋଟିଆ ମାମଲା କୋର୍ଟରେ ଆଗରୁ ପଡିଛି। ଏଥିରୁ ସମାଧାନ ବାହାରିବା ସମ୍ଭବ ପର ନୁହେଁ। ରାଜନୈତିକ ସ୍ତରରେ ସମାଧାନ ହେବାର ଆବଶ୍ୟକତା ରହିଛି। କାରଣ ଓଡିଶା, ଭାରତ ଓ ଆନ୍ଧ୍ରରେ ଗୋଟିଏ ଦଳର ସରକାର ଅଛି। ସରକାର ସୀମା ସୁରକ୍ଷା ପାଇଁ ଇଚ୍ଛା ଶକ୍ତି ପ୍ରକାଶ କଲେ ବିରୋଧୀ ସହଯୋଗ କରିବେ। ରାଜ୍ୟର ସ୍ୱାର୍ଥ ସହ କୌଣସି ଅବହେଳାକୁ ବିଜେଡି ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି।
Also Read:-Cyclone Arnab: ମାଲକାନଗିରି ସବୁଠୁ ଅଧିକ ପ୍ରଭାବିତ ଆଶଙ୍କା, ମୁକାବିଲା ପାଇଁ ମଇଦାନରେ NDRF ଓ ODRF

ସେପଟେ ଜବାବରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜା କହିଛନ୍ତି ନବୀନ ବାବୁ ଓଡ଼ିଶାର ବର୍ଷିଆନ ନେତା। ତାଙ୍କର ଯେତିକି ଅନୁଭବ ଅଛି କାହାର ନାହିଁ। ଓଡ଼ିଶାର ବିପତ୍ତି ସମୟରେ ତାଙ୍କର ସହଯୋଗ ଲୋଡ଼ିବୁ | ବିରୋଧୀ ଦଳ ସମାଲୋଚନା କରିବାର ଅଧିକାର ଅଛି | କିନ୍ତୁ ପ୍ରଶ୍ନ ଉଠାଇବାର ସମୟ ଥାଏ | ନଭେମ୍ବରରେ ବିଧାନସଭା ସେଠି ପ୍ରଶ୍ନ ଉଠାଇ ପାରିବେ | ଓଡ଼ିଶାର ଅସ୍ମିତା, ସ୍ୱାଭିମାନକୁ ବଂଚେଇବା ପାଇଁ ସମସ୍ତେ ଏକ ହୋଇ ଲଢ଼ିବା | ଆନ୍ଧ୍ରର ପ୍ରୟାସକୁ ମିଶିକି ପ୍ରତିହତ କରିବା ବୋଲି କହିଛନ୍ତି ସୁରେଶ ପୂଜାରୀ।
Watch Video:-