ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ପ୍ରକାଶ ରାଜ୍ ପୁଣି ଥରେ ବିବାଦୀୟ ବୟାନ ଦେଇ ଫସିଛନ୍ତି । ଏଥର Ramayanaକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପ୍ରକାଶ ରାଜ୍ । କେରଳରେ ଆୟୋଜିତ ସାହିତ୍ୟ ମହୋତ୍ସବରେ ମନ୍ତବ୍ୟ ଦେଇଥିଲେ ପ୍ରକାଶ ରାଜ୍, ଏବେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ରାଜ ଏକ ସୃଜନଶୀଳ କର୍ମଶାଳା ସମୟରେ ଏକ ଶିଶୁ ନାଟ୍ୟ ଗୋଷ୍ଠୀ ଦ୍ୱାରା ମଞ୍ଚସ୍ଥ ରାମାୟଣର ଏକ ସଂସ୍କରଣ ବିଷୟରେ କହିଥିଲେ। ମହାକାବ୍ୟର ଏହି ସଂସ୍କରଣରେ ଭଗବାନ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ଉତ୍ତର ଭାରତୀୟ ଭାବରେ ଦର୍ଶାଯାଇଥିଲା । ସେମାନେ ଦକ୍ଷିଣରେ ରାବଣଙ୍କ ବଗିଚାରୁ ଫଳ ଚୋରି କରିଥିଲେ।

କାଳ୍ପନିକ କାହାଣୀ କହିଥିଲେ Prakash  Raj

ପ୍ରକାଶ ରାଜ କେରଳ ସାହିତ୍ୟ ମହୋତ୍ସବରେ ପିଲାମାନଙ୍କ ଦ୍ୱାରା ଲିଖିତ ଏକ କାଳ୍ପନିକ ରାମାୟଣ କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ‘ରାମ, ଲକ୍ଷ୍ମଣ ଏବଂ ସୀତା ଦକ୍ଷିଣ ଦିଗକୁ ଯାତ୍ରା କରୁଥିଲେ। ରାସ୍ତାରେ ସେମାନଙ୍କୁ ଭୋକ ଲାଗିଥିଲା, ତେଣୁ ରାମ କହିଲେ, ‘ଏହା କାହାର କ୍ଷେତ।’ ଲକ୍ଷ୍ମଣ ପଚାରିଲେ, ‘ଆମେ ଏହି ଫଳଗୁଡ଼ିକ ଖାଇପାରିବୁ କି?’ ରାମ ଉତ୍ତର ଦେଲେ, ‘ହଁ, ଆମେ ଭୋକ ଲାଗିଲେ ସେଗୁଡ଼ିକୁ ଖାଇପାରିବା।’ ପରେ ସେମାନେ ଖେତରେ ପଶି ଫଳ ଖାଇଥିଲେ । ଏହି ସମୟରେ ରାବଣ ଏବଂ ଶୁର୍ପଣଖା ସେଠାରେ ପହଞ୍ଚିଥିଲେ। ଏହାକୁ ନେଇ ଆପତ୍ତି ଉଠାଇଥିଲେ ଶୁର୍ପଣଖା । ରାବଣ କହିଥିଲେ, ‘ସେମାନଙ୍କୁ ଏବେ ଖାଇବାକୁ ଦିଅ, ଆମେ ପରେ ଦେଖିବା।’

GST କଥା କହିଲେ ଅଭିନେତା

ଫଳ ଖାଇବା ପରେ, ରାମ ଟଙ୍କା ଦେବାକୁ ଚାହୁଁଥିଲେ । ତେଣୁ ଶୁର୍ପଣଖା ହିସାବ କରି ତାଙ୍କୁ GST ସମେତ ୨୦୦୦ ଡଲାର ଦେବାକୁ କହିଲେ । କିନ୍ତୁ, ରାମ ଏବଂ ଲକ୍ଷ୍ମଣଙ୍କ ପାଖରେ ଟଙ୍କା ନଥିଲା, ତେଣୁ ସେମାନେ ୨୦ ପ୍ରତିଶତ ରିହାତି ମାଗିଲେ। ଏହା ପରେ ମଧ୍ୟ, ସେମାନଙ୍କ ପାଖରେ ଏତେ ଟଙ୍କା ନଥିଲା । ରାବଣ ସେମାନଙ୍କୁ କହିଲେ ଯେ, ଯଦି ସେମାନେ ଟଙ୍କା ଦେଇପାରିବେ ନାହିଁ, ତେବେ ସେମାନଙ୍କୁ ଏହାର କ୍ଷତିପୂରଣ ପାଇଁ କାମ କରିବାକୁ ପଡିବ। ତା'ପରେ ରାବଣ ସେମାନଙ୍କୁ ଗଛ ଲଗାଇବାକୁ କହିଲେ। ଏହା ସହିତ ପ୍ରକାଶ ରାଜ ଏହା ମଧ୍ୟ କହିଥିଲେ ଯେ, ଉତ୍ତର ଭାରତରୁ ଆସୁଥିବା ଲୋକମାନେ ଦକ୍ଷିଣ ଭାରତରେ ହିନ୍ଦୀ ଲଦିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ଏବଂ ସେମାନଙ୍କୁ କ'ଣ ଖାଇବା ଉଚିତ ଏବଂ କ'ଣ ନୁହେଁ ତାହା ମଧ୍ୟ କହିବା ଅନୁଚିତ୍।

Also Read: Jubin Nautiyal Marriage: ଲୁଚିଛପି ବାହା ହୋଇଗଲେ ଜୁବିନ୍ ନୌଟିଆଲ, ପତ୍ନୀ ସାଜିଲେ ପିଲାଦିନର ପ୍ରେମିକା

ଅଭିନେତାଙ୍କ ବିରୋଧରେ ଅଭିଯୋଗ ଦାଖଲ

ପ୍ରଭୁ ଶ୍ରୀରାମ ଏବଂ ପବିତ୍ର ମହାକାବ୍ୟକୁ ଉପହାସ କରିବାକୁ ନେଇ ପ୍ରକାଶ ରାଜଙ୍କ ବିରୋଧରେ ଏବେ ଏକ ଅଭିଯୋଗ ଦାଖଲ କରାଯାଇଛି। ପ୍ରକାଶ ରାଜ ଉଦ୍ଦେଶ୍ୟମୂଳକ ଭାବରେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗୁରୁବାର (ଏପ୍ରିଲ ୧୬) ଓକିଲ ଅମିତା ସଚଦେବ ଦିଲ୍ଲୀ ପୋଲିସର ଦକ୍ଷିଣ ଜିଲ୍ଲା ସାଇବର ସେଲରେ ଅଭିଯୋଗ ଦାଖଲ କରିଛନ୍ତି। ସଚଦେବ କହିଛନ୍ତି ଯେ, ଏପରି ବୟାନ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବେ।