ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ବିବାହ କରିଛନ୍ତି । ତାଙ୍କ ବିବାହ ନେଇ ଧିରେ ଧିରେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଜୁବିନଙ୍କ ବିବାହ ନେଇ କାହା ପାଖରେ କୌଣସି ସୂଚନା ନଥିଲା । ଜୁବିନ ନୌଟିଆଲ ଉତ୍ତରାଖଣ୍ଡରେ ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ପିଲାଦିନର ବାନ୍ଧବୀଙ୍କ ହାତ ଧରିଛନ୍ତି । ପିଲାଦିନର ପ୍ରେମିକା ସାଜିଛନ୍ତି ଜୁବିନଙ୍କ ପତ୍ନୀ ।

ପ୍ରେମିକାଙ୍କୁ ବିବାହ କଲେ ଜୁବିନ୍

ଇଟାଇମ୍ସ ଅନୁଯାୟୀ, ‘ଜୁବିନଙ୍କ ବିବାହ ଧୁମଧାମରେ ହୋଇନାହିଁ, ବରଂ ସେ ଏକ ସରଳ ଏବଂ ପାରମ୍ପରିକ ବିବାହ ଉତ୍ସବର ଆୟୋଜନ କରିଥିଲେ । ସେ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୁପ୍ତ ରଖିବାକୁ ପସନ୍ଦ କରନ୍ତି । ଜୁବିନ ନିଜର ବିବାହକୁ ଗ୍ରାଣ୍ଡ ନକରି, ସଂପର୍କୀୟ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମିକାଙ୍କୁ ଜୀବନସାଥି କରିଛନ୍ତି ।

ଜୁବିନଙ୍କ ପତ୍ନୀ କିଏ ?

ପ୍ରଶଂସକମାନେ ଜୁବିନଙ୍କ ପତ୍ନୀ କିଏ, ତାହା ଜାଣିବାକୁ ଉତ୍ସାହିତ। ରିପୋର୍ଟ ଅନୁସାରେ, ସେ ତାଙ୍କର ପିଲାଦିନର ବନ୍ଧୁ। ଏଠାରେ ଉଲ୍ଲେଖନୀୟ ଯେ, ଜୁବିନ୍ ଚଳିତବର୍ଷ ଭାଲେଣ୍ଟାଇନ୍ସ ଡେରେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପ୍ରେମିକାଙ୍କ ସଂପର୍କରେ ହିଣ୍ଟ ଦେଇଥିଲେ। ଏହା ପରେ ପ୍ରଶଂସକମାନେ ଜାଣିବାକୁ ପାଇଲେ ଯେ, ଜୁବିନ ପ୍ରେମ କରୁଛନ୍ତି ଏବଂ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ।

Also Read: Mumbai Concert Viral Video: ଏପଟେ ବର୍ଷା ହେଲା ଗୋଇଠା ସାଙ୍ଗକୁ ବିଧା, ସିଆଡେ ଭାଇରାଲ ହେଲା ଭିଡିଓ...

ଲୋକପ୍ରିୟ ଗାୟକ ଜୁବିନ୍‌

ନ୍ଦୀର୍ଘ ବର୍ଷ ଧରି ଜୁବିନ୍ ନୌଟିୟାଲ୍ ଭାରତୀୟ ସଙ୍ଗୀତ ଜଗତରେ ରାଜ କରୁଛନ୍ତି । ଅନେକ ହିଟ୍ ଗୀତ ସହିତ ନିଜ ପାଇଁ ଏକ ଦୃଢ଼ ସ୍ଥାନ ସୃଷ୍ଟି କରିଛନ୍ତି ଜୁବିନ୍ । Raatan Lambiyan, Akh Lad jaave, Kaabil Hoon ଭଳି ଗୀତଗୁଡ଼ିକ ତାଙ୍କୁ ଘରେ ଘରେ ପରିଚିତ କରାଇଛି । ଲୋକପ୍ରିୟତା ସତ୍ତ୍ୱେ, ଗାୟକ ନିଜର ବ୍ୟକ୍ତିଗତ ଜୀବନକୁ ସ୍ପଟଲାଇଟ୍ ଠାରୁ ଦୂରରେ ରଖିଛନ୍ତି।