ବେଙ୍ଗାଲୁରୁ: ଫସିଲେ ଅଭିନେତା ପ୍ରକାଶ ରାଜ। ବିଭିନ୍ନ ରାଜ୍ୟରେ ଏକାଧିକ ଭୋଟର ଆଇଡି କାର୍ଡ ରଖିବା ଅଭିଯୋଗରେ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନବିହୀନ (non-bailable warrant) ପରୱାନା ଜାରୀ କରିଛନ୍ତି।

ଏହି ମାମଲା ୫ ବର୍ଷ ତଳର। ୨୦୧୯ ମସିହାରେ ଏଭଳି ଅଭିଯୋଗ ଆଣି ଆଡଭୋକେଟ ଦିଲ୍ଲୀପ କୁମାର ହଲସୁରୁ ଗେଟ ପୁଲିସ ଷ୍ଟେସନରେ ପ୍ରକାଶ ରାଜଙ୍କ ବିରୁଦ୍ଧରେ ଏଫଆଇଆର କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ପ୍ରକାଶ ରାଜ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ସମେତ ୪ ରାଜ୍ୟର ଭୋଟର କାର୍ଡ ରଖିଛନ୍ତି। ଯାହା ନିର୍ବାଚନ ନିୟମର ଉଲ୍ଲଂଘନ ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି।

ଦିଲ୍ଲୀପଙ୍କ ସୂଚନା ଅନୁସାରେ, ଏହି ମାମଲାରେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପରେ ସେ ଏନେଇ ବେଙ୍ଗାଲୁରୁ ସିଟି ପୁଲିସ କମିଶନର ଏବଂ ଇଲେକ୍ସନ କମିଶନ ଅଫ ଇଣ୍ଡିଆର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏମାନଙ୍କ ପକ୍ଷରୁ ବି କୌଣସି ପ୍ରକାର ପ୍ରତିକ୍ରିୟା ନ ମିଳିବାରୁ ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି।

ତେବେ ଇଲେକ୍ସନ କମିଶନଙ୍କ ନିୟମ ଅନୁସାରେ ଦେଶର ଜଣେ ନାଗରିକ କେବଳ ଗୋଟିଏ ସ୍ଥାନରେ ହିଁ ନିଜକୁ ଭୋଟର ଭାବେ ପଞ୍ଜିକୃତ କରାଇପାରିବେ। ଯେଉଁ ସ୍ଥାନରେ ସେ ପଞ୍ଜିକୃତ କରାଇପାରିବେ, ସେହି ସ୍ଥାନରେ ଭୋଟର ଆଇଡି ତାଙ୍କ ପାଖରେ ରହିବା ଦରକାର। କିନ୍ତୁ ପ୍ରକାଶ ଏକାଧିକ ରାଜ୍ୟର ଭୋଟର ଆଇଡି କାର୍ଡ ରଖି ଏହି ନିୟମର ଉଲ୍ଲଂଘନ କରିଛନ୍ତି।

Also Read- ଏହି କାରଣ ପାଇଁ 'ମାଷ୍ଟରସେଫ୍ ଇଣ୍ଡିଆ' ସୋ' ଛାଡିଥିଲେ ସେଫ ସଞ୍ଜୀବ କପୁର !

ରିପୋର୍ଟ ଅନୁଯାୟୀ, ୪୮ତମ ଏସିଜେଏମ୍ କୋର୍ଟ (ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍) ଅଭିନେତାଙ୍କୁ ଦୁଇ ଥର ସମନ ଜାରି କରିଥିଲେ, ଯେଉଁଥିରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, ପ୍ରକାଶ ରାଜ ଉଭୟ ତାରିଖରେ ହାଜର ହୋଇନଥିଲେ। ସମନ ସତ୍ତ୍ୱେ ତାଙ୍କର ବାରମ୍ବାର ଅନୁପସ୍ଥିତିକୁ ଦୃଷ୍ଟିରେ ରଖି, କୋର୍ଟ ଏବେ ଅଭିନେତାଙ୍କ ବିରୋଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି, ଯାହା ଫଳରେ ମାମଲା ସହିତ ଜଡିତ ତାଙ୍କ ଗିରଫଦାରୀର ସମ୍ଭାବନା ବୃଦ୍ଧି ପାଇଛି।

ସମନ ସତ୍ତ୍ୱେ ତାଙ୍କର ବାରମ୍ବାର ଅନୁପସ୍ଥିତିକୁ ଦୃଷ୍ଟିରେ ରଖି, କୋର୍ଟ ଏବେ ଅଭିନେତାଙ୍କ ବିରୋଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି, ଯାହା ଫଳରେ ମାମଲା ସହିତ ଜଡିତ ତାଙ୍କ ଗିରଫଦାରୀର ସମ୍ଭାବନା ବୃଦ୍ଧି ପାଇଛି।

ସୂଚନା ଥାଉକି ପ୍ରକାଶ ରାଜ ଅନେକ ସମୟରେ ବିବାଦରେ ରହି ଆସିଛନ୍ତି। ବିଶେଷ କରି କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରି ସେ ସବୁବେଳେ ଖବରର ସିରୋନାମା ପାଲଟିଛନ୍ତି। ବର୍ତ୍ତମାନ ଦେଶରେ ଜାରି ରହିଥିବା କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ଚର୍ଚ୍ଚାରେ ଅଛନ୍ତି। ଆଉ ଏହାରି ଭିତରେ ତାଙ୍କ ବିରୋଧରେ ୫ ବର୍ଷ ତଳର ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିବା ନାନା ଆଲୋଚନାକୁ ଜନ୍ମ ଦେଇଛି।