ଭୁବନେଶ୍ୱର ୧୫।୦୩ : ରାଜ୍ୟସଭା ନିର୍ବାଚନ । ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ବଡ଼ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ଚାଲିଛି ଷଡ଼ଯନ୍ତ୍ର । ପ୍ରଭାତ ବିଶ୍ୱାଳ ରାଗ ଶୁଝାଇବା ପାଇଁ ଏଭଳି କହୁଛନ୍ତି । ବିଜେପିର କିଛି ନେତା ତାଙ୍କୁ ଉସକାଉଛନ୍ତି । ଭୟ-ଲୋଭ ଦେଖାଇ ଶାସକ ଦଳ ଘୋଡା ବେପାର କରୁଛି । କାହିଁକି ଜଣେ କ୍ରସ ଭୋଟ କରିବ  ଯଦି କିଏ କ୍ରସ ଭୋଟ କରିବ, ତେବେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସଭାପତିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ କହିଛୁ ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭାତ ବିଶ୍ୱାଳଙ୍କ କଥା ବ୍ୟକ୍ତିଗତ । କିଏ ଭୋଟ ଦେବ କି ନାହିଁ ବାଧ୍ୟ କରିପାରିବୁନି । ସେ ଚିନ୍ତା କରିବା କଥା ଦଳକୁ ଭୋଟ ଦେବା ପାଇଁ । ଆମେ ଅଶ୍ୱିନୀ ବୈଷ୍ଣବଙ୍କୁ ଜିତେଇଛୁ, ଅନେକ ସାହାଯ୍ୟ କରିଛୁ । ସେମାନେ ଏବେ ଆମକୁ ସାହାଯ୍ୟ କରିବା କଥା । ଆମ ସହଯୋଗରେ ବଡ଼ ଲୋକ ହେଇଛନ୍ତି । କିନ୍ତୁ ସେଇଟା ଭୁଲିକି ଆମ ଦଳକୁ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବିଜେପି ଦଳ ଘୋଡ଼ା ବେପାର ସହ ଆମ ଦଳକୁ ବିଭ୍ରାନ୍ତ କରୁଛନ୍ତି । ସେଥିପାଇଁ ଆମେ ଏକ ହୋଇ ବସିଛୁ । ଆମେ ସବୁ ଏକ ଅଛୁ ।