ନୂଆଦିଲ୍ଲୀ: ପୋଷ୍ଟ ଅଫିସର ଅନେକ ଉତ୍ତମ ନିବେଶ ଯୋଜନା ରହିଛି । ଯେଉଁଥିରେ ନିବେଶକଙ୍କୁ ବେଶ୍ ଭଲ ରିଟର୍ଣ୍ଣ ବି ମିଳୁଛି । ଏହିଭଳି ଏକ ଯୋଜନା ହେଉଛି ପୋଷ୍ଟ ଅଫିସ୍‌ର ନ୍ୟାସନାଲ୍ ସେଭିଂସ୍ ମାସିକ ଆୟ ଯୋଜନା (MIS) ।

ବର୍ତ୍ତମାନ ଏହି ଯୋଜନାରେ ବାର୍ଷିକ ୭.୪% ସୁଧ ହାର ମିଳୁଥିବା ବେଳେ, ଏହି ଯୋଜନା ମାଧ୍ୟମରେ ନିବେଶକମାନେ ପ୍ରତି ମାସରେ ଏକ ନିର୍ଦ୍ଧାରିତ ଆୟ ପାଇପାରିବେ। ଯଦି ଆପଣ ପୋଷ୍ଟ ଅଫିସ୍ MIS ଯୋଜନାରେ ଏକ ଯୁଗ୍ମ ଆକାଉଣ୍ଟ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ବାର୍ଷିକ ସୁଧ ଭାବେ ୧,୧୧,୦୦୦ ଟଙ୍କା ମିଳିବ। ଏହି ରାଶିକୁ ୧୨ ମାସ ହିସାବରେ ଦେଖିଲେ ପ୍ରତି ମାସରେ ୯,୨୫୦ ଟଙ୍କା ସୁଧ ଆୟ ହେବ।

Also Read: କମିଶନରେ ଲାଗିବ ସୀମା, ବୀମା ଶିଳ୍ପରେ ଆସିବ ବଡ଼ ପରିବର୍ତ୍ତନ

ସେହିପରି, ଏକକ ଆକାଉଣ୍ଟରେ ସର୍ବାଧିକ ୯ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଯୁଗ୍ମ ଆକାଉଣ୍ଟ ପାଇଁ ସର୍ବାଧିକ ନିବେଶ ସୀମା ୧୫ ଲକ୍ଷ ଟଙ୍କା ରହିଛି। ତେବେ ଧ୍ୟାନ ଦେବା ଆବଶ୍ୟକ ଯେ, ଛୋଟ ସଞ୍ଚୟ ଯୋଜନାଗୁଡ଼ିକର ସୁଧ ହାର ସରକାର ପ୍ରତି ତିନି ମାସରେ ସମୀକ୍ଷା କରନ୍ତି। ତେଣୁ ଭବିଷ୍ୟତରେ ନୂଆ ନିବେଶ ପାଇଁ ପ୍ରଯୁଜ୍ୟ ସୁଧ ହାରରେ ପରିବର୍ତ୍ତନ ହୋଇପାରେ।