ଭୁବନେଶ୍ବର ୧୪।୭: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ୧୦ ଦିନିଆ ଗସ୍ତକୁ ଦଳ ପକ୍ଷରୁ ସମ୍ପୂର୍ଣ୍ଣ 'ବ୍ୟକ୍ତିଗତ' କୁହାଯାଉଥିଲେ ମଧ୍ୟ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହା ବେଶ୍ ଗୁରୁତ୍ୱ ବହନ କରୁଛି ।

ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, ଆଗକୁ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ବିଜେଡି ସାଂସଦ ମାନଙ୍କୁ ଭେଟିବାକୁ ଯାଇଥାଇପାରନ୍ତି । ସେମାନଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।

Also Read:- ଲଗାଣ ବର୍ଷାରେ ହାଲ ବେହାଲ, ଦିନକ ପାଇଁ ସ୍କୁଲକୁ ଛୁଟି ଘୋଷଣା କଲା ପ୍ରଶାସନ

ବିଶେଷ କରି ମହିଳା ସଂରକ୍ଷଣ ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ ଓ ରଣନୀତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ସ୍ପଷ୍ଟ କରିଛନ୍ତି ଯେ, ବିଜେଡି ସବୁବେଳେ ମହିଳା ସଂରକ୍ଷଣକୁ ସମର୍ଥନ କରିଆସିଛି, ଏହି ବିଲ୍ ପାରିତ ହୋଇ ସାରିଛି । ହେଲେ ତାହାକୁ ଲାଗୁ କରାନଯାଇ ଅଯଥା ରାଜନୀତି କରାଯାଉଛି । ଏହି ବିଲ୍ ପଛରେ ଥିବା ଉଦ୍ଦେଶ୍ୟକୁ ତଥା ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ପ୍ରକ୍ରିୟାକୁ ବିରୋଧ କରୁଛି । ପ୍ରଥମେ ଏହାର ସମସ୍ତ ପ୍ରସ୍ତୁତି ଶେଷ କରି ତା'ପରେ ଏହାକୁ ଲାଗୁ କରାଯାଉ ବୋଲି ସୁଲତା କହିଛନ୍ତି ।