ବ୍ରହ୍ମପୁର ୨୫।୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଫାଇନାଲ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କଲା ପୋଲିସ । ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଏହାସହ ୧୬ଟି ପେନ୍‌ଡ୍ରାଇଭ ମଧ୍ୟ ଦାଖଲ କରିଛି ପୋଲିସ ।

ଅନ୍ୟପଟେ ପୀତବାସଙ୍କ ସରକାରୀ ଓକିଲଙ୍କ ପକ୍ଷରୁ ଫାଇନାଲ ଚାର୍ଜସିଟ୍ ଦାଖଲ କରାଯାଇଥିବା କୋର୍ଟରେ ଦର୍ଶାଯାଇଛି । ବିକ୍ରମ ପଣ୍ଡାଙ୍କ ପକ୍ଷରୁ ଚାର୍ଜସିଟ୍‌ର କପି ପ୍ରଦାନ ଆବେଦନ କରାଯାଇଛି । ଆଗାମୀ ଦିନରେ ପୁଣି ବିକ୍ରମ ପଣ୍ଡାଙ୍କ ପକ୍ଷରୁ ଡିସଚାର୍ଜ ପିଟିସନ ଆବେଦନ କରିପାରନ୍ତି ବୋଲି ବିକ୍ରମଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି । ସେପଟେ ଆଗାମୀ ୪ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ସରକାରୀ ଓକିଲ କହିଛନ୍ତି ।

Also Read:- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଚାଳକଙ୍କ ମୃତ୍ୟୁ, ଜଣେ ଆରୋହୀ ଆହତ

ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ସମେତ ମୋଟ୍ ୧୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁଙ୍କୁ ଜାମିନ ମିଳିଛି ।