ଭୁବନେଶ୍ବର ୧।୭: ପୋଲିସ SI ଆଶାୟୀ ମାନଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ଏ ନେଇ ସୂଚନା ଦେଲେ OUSSSCର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ।

OUSSSCର ଅଧ୍ୟକ୍ଷ କହିଛନ୍ତି, ପୋଲିସ SI ପରୀକ୍ଷା ପ୍ରକ୍ରିୟା ଖୁବ୍‌ଶୀଘ୍ର ସମାପ୍ତ ହେବ । ପୂର୍ବରୁ ଯେଉଁ ପଦ୍ଧତିରେ ପରୀକ୍ଷା ହେଉଥିଲା ସେହି ଅନୁସାରେ ପରୀକ୍ଷା ହେବ । କେବଳ ଅନଲାଇନ ନା ଅଫଲାଇନରେ ପରୀକ୍ଷା ହେବ ତହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇ ପାରିବେ । ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବନି । ପରୀକ୍ଷା ପାଟର୍ଣ୍ଣ, ସିଲାବସ୍ରେ କୌଣସି ପ୍ରକାର ପରିବର୍ତ୍ତନ ହେବନି ।

Also Read:- ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ପରେ ଚେତିଲା ପ୍ରଶାସନ, ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ମାମଲା ରୁଜୁ

ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ପୋଲିସ SI ଆଶାୟୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତି ବିହୀନ ପରୀକ୍ଷା କରାଯିବା ନେଇ ଆଶ୍ୱାସନା ଦେଲେ OUSSSC ଅଧ୍ୟକ୍ଷ ।