ଭୁବନେଶ୍ୱର ୦୭।୦୯ : ପୋଲିସ ଖୋଜୁଥିଲା ଡେଡ୍ ବଡି, ହେଲେ ମିଳିଲା କଇଁଛ ଅଣ୍ଡା । ଘଣ୍ଟାଏ ଧରି ଚାଲିଥିବା ଅପରେସନ ମାରିଛି ଫେଲ୍‌ । ନିରାଶ ହୋଇଛି ପୁରା ଟିମ୍‌ ।

ଖବର ଅନୁଯାୟୀ, କୁଆଖାଇ ନଦୀ ପଠାରେ ବାଲି ଭିତରେ ମୃତଦେହ ପୋତା ଯାଇଥିବା ପ୍ରଚାର ହୋଇଯାଇଥିଲା । ପାହାଳ ପୋଲିସ ଏହି ସୂଚନା ପାଇବା ମାତ୍ରେ ସାଇଣ୍ଟିଫିକ୍ ଟିମ୍ ସହ ନଦୀ ପଠାରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପ୍ରାୟ ଘଣ୍ଟାଏ ଧରି ଛାନଭିନ୍ କରିବା ସହ ଖୋଳିଥିଲେ । ହେଲେ ଚିହ୍ନଟ ଜାଗାରୁ ମୃତଦେହ ବଦଳରେ ମିଳିଥିଲା କଇଁଚ ଅଣ୍ଡା।

ସେପଟେ ଗୁଜବ ପାଇଁ ନାକେଦମ୍ ହୋଇଥିଲା ପୋଲିସ। ଏବେ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଲୋକକୁ ଖୋଜୁଛି ସ୍ଥାନୀୟ ପୋଲିସ। କାହିଁକି ଏମିତି ଗୁଜବ ସାରା ଅଞ୍ଚଳରେ ଖେଳାଯାଇଛି । ସେନେଇ ପୋଲିସ ଆରମ୍ଭ କରିଛି ତଦନ୍ତ ।

Watch Video:-