ଭୁବନେଶ୍ବର ୧୨/୦୫: ପୋଲିସ ବାବୁଙ୍କ ଦବଙ୍ଗଗିରି । ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ ଉପରେ ସୁଝାଇଲେ ରାଗ ।ନିଜ କାର ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡିକୁ ବାଡେଇ ଭାଙ୍ଗିଦେଇଛନ୍ତି । ଗାଡିକୁ ଲୁହା ରଡରେ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି । ପୋଲିସ ବାବୁଙ୍କ କାର୍‌ନାମାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାଜଧାନୀ ଶାସ୍ତ୍ରୀନଗରରୁ ଆସିଛି ଖାକିବର୍ଦ୍ଦିର ଗୁଣ୍ଡାଗିରିର ଖବର । ବିଦେଶରେ ଥିବା କାର ମାଲିକ ସୋମବାର ଘରକୁ ଫେରିବା ପରେ ନ୍ୟାୟ ପାଇଁ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସକୁ ସଂପୂର୍ଣ୍ଣ ଘଟଣା ବଖାଣିଛନ୍ତି । ପୋଲିସବାବୁ କେମିତି ତାଙ୍କ କାର୍‌ ରଡରେ ବାଡେଇ ଭାଙ୍ଗିଛନ୍ତି ସେସବୁର ଫୁଟେଜ ପୋଲିସକୁ ଦେଇଛନ୍ତି ।

ଅଭିଯୋଗକାରୀ ଶାସ୍ତ୍ରୀନଗରର ସୁଜିତ୍ କୁମାର ନାଏକ ପ୍ଲଟ୍ ନଂ-୩୬୪ରେ ଭଡାରେ ରୁହନ୍ତି । ସେ କିଛି ଦିନ ତଳେ ଏକ ଦାମୀ କାର କିଣିଥିଲେ। କାରକୁ ତାଙ୍କ ଘର ସାମ୍ନା ରାସ୍ତାକଡ଼ରେ ପାର୍କି କରିଥିଲେ। ତା'ର ୨ ଦିନ ପରେ ସୁଜିତ୍ ଅଫିସ କାମରେ ମାଲେସିଆ ପଳାଇଥିଲେ। ସୁଜିତ ଘରକୁ ଲାଗି ଅତିରିକ୍ତ ଏସ୍‌ପି ଜଣକ ମଧ୍ୟ ଭଡ଼ାସୂତ୍ରରେ ରହୁଛନ୍ତି। ତେବେ ତାଙ୍କ କାର ରଖିବାକୁ ଅସୁବିଧା ହେବାରୁ ସେ ବିରକ୍ତି ହୋଇ କାର ଟିକୁ ଭାଙ୍ଗି ଦେଇଥିଲେ I ସୁଜିତ ବିଦେଶରୁ ଫେରିବା ପରେ କାରଟି ଭାଙ୍ଗିରୁଜି ଯାଇଥିବା ଦେଖି ସିସି କ୍ୟାମେରା ଯାଞ୍ଚ କରିବାରୁ ଅସଲ ରହସ୍ୟ ସାମ୍ନାକୁ ଆସିଲା। ଗତ ୮ ତାରିଖ ରାତିରେ ପୁଲିସ ବାବୁ ଜଣକ ଏକ ବାଡ଼ି ଯୋଗେ କାରକୁ ଭାଙ୍ଗୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ସମସ୍ତ ଘଟଣା I ଏ ନେଇ ଖାରବେଳନଗର ଥାନାରେ ଏତଲା ପରେ ଛାନଭିନ ଆରମ୍ଭ କରିଛି ପୋଲିସ ।

Also Read:Nitin Nabin Odisha visit: ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ