ଆଠଗଡ଼ ୧୯।୦୫ : ପୋଲିସ ପିଟିଲା ଡେଙ୍ଗୁରା । ପୋଲିସ ଡେଙ୍ଗୁରା ପିଟି ପଳାତକ ଘୋଷଣା କରିଛି। ଆଠଗଡ ତିଗିରିଆ ଥାନା ପଙ୍କାଳ ଗାଁର ଅବଦୁଲ୍ ରହିମ୍ ଖାନଙ୍କୁ ପଳାତକ ଘୋଷଣା କରିଛି ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଘୋଷଣା କରାଯାଉଛି ।

ଆଠଗଡ ତିଗିରିଆ ଥାନା ପଙ୍କାଳ ଗାଁର ଅବଦୁଲ୍ ରହିମ୍ ଖାନଙ୍କ ନାଁରେ ବଡ଼ମ୍ବା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଜର ହେବାକୁ କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ୍ କରାଯାଇଥିଲେ ମଧ୍ୟ ଅବଦୁଲ୍ କୋର୍ଟରେ ହାଜର ହୋଇନଥିଲେ। ଯାହାଫଳରେ ଅଦାଲତ ଅବଦୁଲ୍ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ । ତଥାପି ସେ ଅଦାଲତରେ ହାଜର ହୋଇନଥିଲେ। ତେଣୁ ଅଦାଲତ ଅବଦୁଲକୁ ପଳାତକ ଘୋଷଣା କରିଛନ୍ତି।

Also Read:-Cabinet Expansion : ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର, ମୋହନଙ୍କ ଟିମ୍‌କୁ ଆସିପାରନ୍ତି ନୂଆ ମୁହଁ

ପୋଲିସ ପଙ୍କାଳରେ ପହଞ୍ଚି ଡେଙ୍ଗୁରା ପିଟି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅବଦୁଲକୁ ପଳାତକ ଘୋଷଣା କରିଛନ୍ତି। ଯଦି ଆସନ୍ତା ୧୫ ଦିନ ମଧ୍ୟରେ ସେ ଅଦାଲତରେ ହାଜର ନ ହୁଅନ୍ତି ତେବେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି ହେବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Watch Video:-

​​​​​​​