ବୌଦ୍ଧ ୩୧।୦୩ : ଖାକିରେ ପୁଣି ଦାଗ । ଚାକିରି ପୋଲିସ । କାମ ଗଞ୍ଜେଇ ଚୋରା ଚାଲାଣ । ନିଜ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ିବସିଲା ପୋଲିସ । କନେଷ୍ଟବଳ ନିଧି ସାହୁଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ ।

ଖବର ଅନୁଯାୟୀ, ରିଜର୍ଭ ପୋଲିସ କନେଷ୍ଟବଳ ନିଧି ସାହୁ ଏକ ବାଇକ ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ଗୁଇନ୍ଦା ସୁତ୍ରରେ ଖବର ପାଇ ଆଦର୍ଶ ଥାନା ବାରକୁଡ଼ା ଛକରେ କନେଷ୍ଟବଳକୁ ଅଟକାଇଥିଲା ପୋଲିସ । ଏହି ସମୟରେ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ପୋଲିସକୁ ଗଞ୍ଜେଇ ମିଳିଥିଲା । ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ ।

Also Read:-ଗୁଣି ଗାରେଡ଼ି ସନ୍ଦେହ ନା ଆଉ କିଛି, ଶାଶୁକୁ ପନିକିରେ ଗୋଡେଇ ଗୋଡେଇ ହାଣିଲା ବୋହୂ

ଅନ୍ୟପଟେ ପୋଲିସ କନେଷ୍ଟବଳଙ୍କୁ ଗିରଫ କରି ଯାଞ୍ଚ କରୁଛି । ଏହାସହ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ଦିନକୁ ଦିନ ବୌଦ୍ଧ ଅଞ୍ଚଳରେ ଗଞ୍ଜେଇ କାରବାର ବଢୁଥିବାରୁ ପୋଲିସ ଆକ୍ସନମୋଡ଼କୁ ଆସିଛି ।