ଭୁବନେଶ୍ୱର ୩୦।୦୮ : ବଡ଼ଧରଣର ଲୁ ପର୍ଦ୍ଦାଫାଶ । ଚନ୍ଦ୍ରଶେଖରପୁରରେ ଘରୁ ସୁନା ରୂପା ଓ ହୀରା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ। ନବଜାତକ ଶିଶୁର ଦେଖାଶୁଣା ପାଇଁ ଘରେ ନିୟୋଜିତ ହୋଇଥିବା ଆଟେଣ୍ଡାଣ୍ଟ ହିଁ ଚୋରି କରିଥିଲା। ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ କରିଥିଲା ତଦନ୍ତ।

ଅଭିଯୋଗକାରୀଙ୍କ ନବଜାତକ ଶିଶୁକୁ ଦେଖାଶୁଣା ପାଇଁ ଏକ ଏଜେନ୍ସି ଜରିଆରେ ପ୍ରିୟଙ୍କା ରାହୁଲଙ୍କୁ ରଖାଯାଇଥିଲା। ମାତ୍ର ୧୦ ଦିନ ଧରି ସେ ଘରେ କାମ କରୁଥିଲେ। ଗତ ୨୬ତାରିଖରେ ଚୋରି କରି ଆଉ କାମକୁ ଫେରିନଥିଲେ। ଆଉ ଗୋଟିଏ ଘରେ ଚୋରି ପାଇଁ ଡେରା ପକାଇବା ବେଳେ ମାଡ଼ି ବସିଛି ପୋଲିସ। 

Also Read:-ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ, ବ୍ୟାନ୍ ନେଇ ସରକାରୀ ବିଜ୍ଞପ୍ତି କାଏମ ରଖିଲେ ହାଇକୋର୍ଟ

ଅଭିଯୋଗକାରୀଙ୍କ ଘରୁ ୨୫ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୨୦୦ଗ୍ରାମ ରୂପା,ନଗଦ ୬୦୦୦ ଟଙ୍କା, ସ୍ମାର୍ଟ ୱାଚ, ମୋବାଇଲ ଫୋନ, ୮ଟି ଦାମୀ ଶାଢ଼ୀ, ୪ଟି ହୀରା ମୁଦି ସମେତ ଦାମୀ ବାସନକୁସନ ଚୋରି କରିନେଇଥିଲା ପ୍ରିୟଙ୍କା। ପରେ CCTV ଫୁଟେଜ୍ ଯାଞ୍ଚ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ପ୍ରିୟଙ୍କାଙ୍କ ପାଖରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ଶେଷରେ ଯାଞ୍ଚ ବେଳେ ବାର୍ କୋଡ ଲାଗିଥିବା ରୂପା ମୁଦି ଧରାଇଦେଲା ପ୍ରିୟଙ୍କାକୁ। ପୋଲିସ ପଚରାଉଚରା କରିବା ପରେ ସେ ଚୋରି କରିଥିବା ସ୍ୱୀକାର କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।