ଭୁବନେଶ୍ୱର ୨୩।୦୬ : ହୋଟେଲକୁ ଡାକୁଥିଲେ । ନୀରିହଙ୍କୁ ଲୋକଙ୍କୁ ମିଠା ମିଠା କଥାର ଫସାଉଥିଲା । ଆଉ ଲୋଭ ଦେଖାଇ ଠକୁଥିଲେ ପୁଳାପୁଳା ଟଙ୍କା । ରାଜଧାନୀରୁ ଏମିତି ଜଣେ ହାଇପ୍ରୋଫାଇଲ୍ ଲେଡି ଫ୍ରଡ୍ ଙ୍କୁ ଠାବ କରିଛି ପୋଲିସ । ଚାକିରି ଦେବା ନାଁରେ କରିଥିଲେ ଠକେଇ । ଏବେ ପୋଲିସ ହାବୁଡ଼ରେ।

ଖବର ଅନୁଯାୟୀ, ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ଲୋକଙ୍କୁ ଠକେଇ କରିଥିଲେ । ଜଣେ କି ଦୁଇ ଜଣ ନୁହେଁ କିମ୍ବା ଲକ୍ଷେ କି ୨ ଲକ୍ଷ ଟଙ୍କା ନୁହେଁ । ପାଖାପାଖି ୩୫ ଲକ୍ଷ ଟଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ । ତେବେ ଠକେଇ ଆସିଥିବା ମହିଳାଙ୍କ ଫେରାର ଥିବା ବେଳେ ସୋମବାର ରାତିରେ କୋର୍ଟ ପାଖ ଅଞ୍ଚଳରେ ବୁଲୁଥିବା ବେଳେ ମାଡିବସିଥିଲେ ଲୋକେ । ଏହାପରେ ତାଙ୍କୁ ପୋଲିସର ଜିମା ଦେଇଥିଲା । ମୈତ୍ରୀ ବିହାର ପୋଲିସ ଅଟକ ମହିଳାଙ୍କୁ ଜେରା କରୁଛି ।

Also Read:-ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି

ସେହିପରି ଉକ୍ତ ମହିଳାଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ଜୟଦେବ ବିହାରରେ ଡିଲ୍ କରୁଥିବା ନେଇ ମୈତ୍ରୀ ବିହାର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା ।