ପାଟନା: ବିହାର ରାଜଧାନୀ ପାଟନାରେ କୋଚିଂ ସେଣ୍ଟର ବିବାଦ ଏବଂ ଗୁଳିକାଣ୍ଡ ମାମଲାରେ ଦେଶର ଜଣାଶୁଣା ତଥା ଚର୍ଚ୍ଚିତ ଶିକ୍ଷକ ଫୈଜଲ ଖାନ୍ (ଯିଏ 'ଖାନ୍ ସାର୍' ଭାବେ ବେଶ୍ ପରିଚିତ) ଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ପାଟନା ପୋଲିସ ଏହି ଗୁଳିକାଣ୍ଡ ଘଟଣାରେ ଖାନ୍ ସାର ବିରୋଧରେ ଏକ ମାମଲା ରୁଜୁ କରିଛି। ଏହା ସହିତ ତାଙ୍କର ଦୁଇଜଣ ବଡିଗାର୍ଡଙ୍କୁ ମଧ୍ୟ ଗିରଫ କରାଯାଇଛି। ପାଟନା ପୋଲିସ ଖାନ ସାରଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ କଦମକୁଆନ ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।