ଭୁବନେଶ୍ବର ୩।୧୨: ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ତାରିଖ ଘୋଷଣା କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ । ମୋଟ୍ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ୍ ୧୩୫୦ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ୨୧୦ଟି ହବ୍ AI କ୍ୟାମେରା ନଜରରେ ରହିବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୧ ତାରିଖ ଯାଏଁ ଚାଲିବ । ୨୨ ଦିନ ଧରି ଚାଲିବ ପରୀକ୍ଷା । ଏନେଇ ଡିସେମ୍ବର୧୫ରୁ ଆଡ୍‌ମିଟ୍ କାର୍ଡ ପ୍ରଦାନ କରାଯିବ । ଚଳିତବର୍ଷ ମୋଟ୍ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେଥିମଧ୍ୟରେ କଳାରେ ୨ ଲକ୍ଷ ୫୬ ହଜାର ୪୩, ବିଜ୍ଞାନରେ ଲକ୍ଷେ ୧୪ ହଜାର ୨୩୮, ବାଣିଜ୍ୟରେ ୨୪ ହଜାର ୫୩୩, ଧନ୍ଦାମୂଳକ ଶିକ୍ଷାରେ ୫୯୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏବର୍ଷ ୧୩୫୦ଟି ପରୀକ୍ଷା କେନ୍ଦ୍ର ଅଛି । ଆବଶ୍ୟକତା ଅନୁସାରେ ବଢ଼ିପାରେ ପରୀକ୍ଷା କେନ୍ଦ୍ର । ଏଆଇ ସର୍ଭେଲାନ୍ସରେ ପରୀକ୍ଷା କେନ୍ଦ୍ର ରହିବ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ ।

ପରୀକ୍ଷା ସରିବାର ୪୦ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ । ଫେବ୍ରୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ୨୧୦ଟି AI ସର୍ଭେଲାନ୍ସ ବିଶିଷ୍ଟ ପରୀକ୍ଷା ପରିଚାଳନା ହବ୍ କରାଯାଇଛି । କଡା ସୁରକ୍ଷା ଭିତରେ ହେବ ପରୀକ୍ଷା । ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବ । ପଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ରହିବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୱେବକାଷ୍ଟ ବା ଲାଇଭ ଷ୍ଟ୍ରିମିଙ୍ଗ କରାଯିବ ।