ଅନୁଗୋଳ ୧୫।୪: ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ପିକଅପ ଭ୍ୟାନ୍ ଚୁରମାର । ୧୬ ଚକିଆ ଗାଡ଼ିକୁ ପିଟିଲା ପିକଅପ୍ । ପଛରୁ ପିକଅପ୍‌କୁ ଧକ୍କା ଦେଲା ଟ୍ରେଲର । ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ବଡ଼କେରା ଛକରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ବଡ଼କେରା ଛକରେ ସିରିଜ୍ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ୧୬ ଚକିଆ ଟ୍ରକ୍‌କୁ ପିଟିଲା ପିକଅପ୍ ଭ୍ୟାନ୍ । ପରେ ପିକଅପ୍ ଭ୍ୟାନ୍‌କୁ ପଛରୁ ଆସି ଏକ ଟ୍ରେଲର ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ପିକଅପ୍ ଭ୍ୟାନ୍ଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଯାହାକୁ ଦେଖିଲେ ନିଶ୍ଚୟ ଆପଣଙ୍କ ଛାତି ଥରିଉଠିବ ।

Also Read:- Woman dies in elephant attack: କାଜୁ ବଗିଚାକୁ ଯାଇଥିଲେ ମହିଳା, ସାମ୍ନାକୁ ପଳାଇ ଆସିଲା ଦନ୍ତା, ଆଉ ତାପରେ…

ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ପାଖାପାଖି ଦୁର୍ଘଟଣା ଘଟିଥିଲା । ପିକଅପ୍ ଭ୍ୟାନ୍‌ଟି ରାସ୍ତାରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେବାପରେ ଡ୍ରାଇଭରକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ପରେ ଅନୁଗୋଳ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି । ଏହାପରେ ରାସ୍ତା କଡରେ ଥିବା ଏହି ପିକଅପ ଭ୍ୟାନ୍‌କୁ ଏକ ଟ୍ରେଲର ଧକ୍କା ଦେଇଥିଲା । ଫଳରେ ପିକଅପ୍ ଭ୍ୟାନ୍‌ଟି ଚୁରମାର ହୋଇଯାଇଛି । ପିକଅପ ଭ୍ୟାନ୍‌ଟି ସମ୍ବଲପୁର ପଟୁ ଅନୁଗୋଳ ଆଡ଼କୁ ଆସୁଥିଲା । ସମ୍ଭବତଃ ଦ୍ରୁତଗତି ଯୋଗୁଁ ଅଥବା ଡ୍ରାଇଭରଙ୍କ ଆଖି ଲାଗିଯାଇଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ବନ୍ତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।