ନୂଆଦିଲ୍ଲୀ: ବ୍ରିକ୍ସ ୨୦୨୬ ଶିଖର ସମ୍ମିଳନୀରେ ଭାରତ ସାରା ବିଶ୍ୱକୁ ଏକାଧିକ ବାର୍ତ୍ତା ଦେଇଛି। ବ୍ୟବସାୟ ଠାରୁ ବନ୍ଧୁତ୍ୱର ନିଦର୍ଶନ ଦେଖିବାକୁ ମିଳିଛି ଏହି ସମ୍ମିଳନୀରେ। ମଧ୍ୟପ୍ରାଚ୍ୟରେ ଇରାନକୁ ଆମେରିକା ଆକ୍ରମଣ କରୁଥିବା ବେଲେ ଇରାନ ପଡ଼ୋଶୀ ସାଉଦି ଆରବ ଓ ୟୁଏଇରେ ଥିବା ଆମେରିକା ଆଡ୍ଡା ଉପରେ ଆଟାକ କରୁଛି। ଫଳରେ ଇରାନ ସହ ପଡ଼ୋଶୀ ଆରବ ଦେଶଗୁଡ଼ିକର ସମ୍ପର୍କ ତିକ୍ତ ରହିଛି। ଏହା ସତ୍ତ୍ୱେ ବି ଭାରତରେ ଏହି ତିକ୍ତତା ଭୁଲିଯାଇଥିଲେ ଇରାନ ଓ ୟୁଏଇ।

ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ଏବଂ ୟୁଏଇ କ୍ରାଉନ ପ୍ରିନ୍ସ ଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଥୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନୂଆଦିଲ୍ଲୀରେ ଦୁଇ ନେତାଙ୍କ ସାକ୍ଷାତ ଏକ କୂଟନୈତିକ ସେତୁ ଭାବରେ ଭାରତର ଭୂମିକାକୁ ସୁଦୃଢ଼ ​​କରୁଛି।

କାରଣ ବିବାଦିତ ପକ୍ଷକୁ ଗୋଟିଏ ଟେବୁଲ ଉପରକୁ ଆଲୋଚନା ପାଇଁ ଆଣିବା ପକ୍ଷରେ ଭାରତ ସବୁବେଳେ ଓକିଲାତି କରି ଆସିଛି। ଏବଂ ଏ ଦିଗରେ ଭାରତ ସବୁବେଳେ ଗୋଟିଏ ସେତୁ ଭଳି ଭୂମିକା ନିର୍ବାହ କରୁଛି ବୋଲି କହି ଆସିଛି। ହେଲେ ଆଜି ବ୍ରିକ୍ସ ସମ୍ମିଳନୀର ସତରେ ଏହା ପରଲଖିତ ହୋଇଥିଲା।

ଚରମ ତିକ୍ତତାରେ ୟୁଏଇ-ଇରାନ ସମ୍ପର୍କ

ଗତ କିଛି ମାସ ମଧ୍ୟରେ, ଇରାନ ୟୁଏଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ୟୁଏଇ ଏହି ଆକ୍ରମଣଗୁଡ଼ିକୁ କଡ଼ା ନିନ୍ଦା କରିଛି, ଏହାକୁ ଏହାର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ବିପଦ ବୋଲି କହିଛି। ଏମିତିକି ଇରାନକୁ ପ୍ରତି ଜବାବ ଦେବାକୁ ୟୁଏଇ ଏହା ମଧ୍ୟ କହିଛି ଯେ ଆମ ପାଖରେ ନିଜର ସୁରକ୍ଷା କରିବାର ଅଧିକାର ଅଛି। କିନ୍ତୁ ଆମେ କୌଣସି ଆଞ୍ଚଳିକ ଯୁଦ୍ଧରେ ସାମିଲ ହେବାକୁ ଚାହୁଁ ନାହୁଁ। ଏହା ସତ୍ତ୍ୱେ ବି ୟୁଏଇ ସବୁବେଳେ ଇରାନ ସହିତ ସଂଯମତା ରକ୍ଷା କରିବା ସହ ଆଲୋଚନା ଓ କୂଟନୈତିକ ସମାଧାନ ପାଇଁ ଅପିଲ କରି ଆସୁଛି। ତେଣୁ, ନୂଆଦିଲ୍ଲୀରେ ପେଜେଶକିୟାନ ଏବଂ ଶେଖ ମହମ୍ମଦଙ୍କ ମଧ୍ୟରେ ବୈଠକ ଦୁଇ ଦେଶ ମଧ୍ୟରେ ଆଲୋଚନାର ରାସ୍ତା ଖୋଲା ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Also Read-  ମୋଦୀ-ସି ଜିନପିଙ୍ଗ୍ ଦ୍ୱିପାକ୍ଷିକ ଆଲୋଚନା: ଭାରତ ସହ ସମ୍ପର୍କ ସୁଧାରିବା ନେଇ ବଡ କଥା କହିଲେ ଚୀନ ରାଷ୍ଟ୍ରପତି

ଦୁଇ ଶତ୍ରୁକୁ ମିତ୍ର କରିବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭାରତ ବର୍ତ୍ତମାନ ବ୍ରିକ୍ସର ଅଧ୍ଯକ୍ଷତା ସହ ଆୟୋଜନ କରୁଛି। ଇରାନ ଏବଂ ୟୁଏଇ ଉଭୟ ବ୍ରିକ୍ସ ସଦସ୍ୟ, କିନ୍ତୁ ଉତ୍ତେଜନା କାରଣରୁ ସମ୍ପର୍କରେ ଭଟ୍ଟା ପଡ଼ିଛି। ନୂଆଦିଲ୍ଲୀରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ଏକ ବାର୍ତ୍ତା ଦେଉଛି ଯେ ଭାରତ ଆଲୋଚନା ପାଇଁ ଏକ ନିର୍ଭରଯୋଗ୍ୟ ମଞ୍ଚ ହୋଇପାରିବ। ରଏଟର୍ସ ଅନୁଯାୟୀ, ବ୍ରିକ୍ସ ମଧ୍ୟରେ ଇରାନ ଏବଂ ୟୁଏଇ ମଧ୍ୟରେ ମତଭେଦ ସତ୍ତ୍ୱେ, ଭାରତ ମିଳିତ ଘୋଷଣାନାମା ଉପରେ ସହମତି ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଅନ୍ୟପଟେ ପଶ୍ଚିମ ଦେଶଙ୍କ ଆଖିରେ ଏ ଦୃଶ୍ୟ ହୁଏତ ସହଜରେ ହଜମ ହୋଇ ନପାରେ। ବିଶେଷ କରି ଆମେରିକା ଏନେଇ ଭାରତ ଉପରେ ଅସନ୍ତୋଷ ବ୍ୟକ୍ତ କରିପାରେ, ଭାରତ ପ୍ରତି ବିଦ୍ୱେଷ ରଖିପାରେ। ହେଲେ ଏହା ଭାରତ ପାଇଁ ନୂଆ କଥା ନୁହେଁ। ଅନେକ ସମୟରେ ଆମେରିକା ଛୋଟ ଛୋଟ କଥାରେ ଧମକାଇ ଆସିଛି। ହେଲେ ଭାରତ କିନ୍ତୁ ସିଧାସଳଖ ଏହାର କୌଣଶି ଉତ୍ତର ନ ଦେଇ ଆମେରିକାକୁ ଗୋଟିଏ ପରେ ଗୋଟିଏ କଡା ଜବାବ ଦେଉଛି।