ଭୁବନେଶ୍ବର ୧୬।୧: ବିଜୁ ଜନତା ଦଳର ଦୁଇ ବିଧାୟକଙ୍କ ନିଲମ୍ବନ ପରେ ବିଜେଡିକୁ ଟାର୍ଗେଟ୍ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ବିଜେପିକୁ ମଜଭୁତ କରିବାକୁ ବିଜେଡି ଉଦ୍ୟମ କରୁଛି । ଦୁଇ ବିଧାୟକଙ୍କୁ ବିଜେପିକୁ ଟେକିଦେଲା ବିଜେଡି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆହୁରି ବିଧାୟକଙ୍କୁ ମଧ୍ୟ ବିଜେପିକୁ ଟେକିଦେବ ବିଜେଡି । ରାଜ୍ୟସଭାରେ ଆଗରୁ ମଧ୍ୟ ବିଜେଡି ସମସ୍ତ ବିଲ୍ରେ ବିଜେପିକୁ ସମର୍ଥନ ଦେଇଆସିଛି । ଏବେ ମଧ୍ୟ ଦେବ ।

ରାଜ୍ୟସଭା ପାଇଁ ବିଜେଡିର ରାଜନୈତିକ ନିଷ୍ପତି ବିଜେପି ପାଇଁ ସମର୍ପିତ । ତେଣୁ ସିଏ ବିଜେପି କିମ୍ବା ବିଜେଡିରୁ ଯେଉଁ ଦଳରୁ ଯେଉଁ ନେତା ରାଜ୍ୟସଭା ଗଲେ ଏକା କଥା । ଯେଉଁ ଅଫିସର ମାନେ ବିଜେଡି ପାଇଁ କାମ କରୁଥିଲେ, ବିଜେପି ସରକାର ଆସିବା ପରେ ତାଙ୍କୁ ପରିବର୍ତ୍ତନ କରାଯାଇଥିଲା । ଏବେ ସେହି ଅଫିସର ପୁନର୍ବାର ପୁରୁଣା ସ୍ଥାନକୁ ଫେରିଲେଣି । ବର୍ତ୍ତମାନ ସରକାର ଚଳାଇବାରେ ମଧ୍ୟ ଉକ୍ତ ଅଫିସର ମାନଙ୍କର ଅନେକ ଯୋଗଦାନ ରହିଛି ବୋଲି ଭକ୍ତ ଦାସ କହିଛନ୍ତି ।