Pawan Kalyan underwent a surgery: ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣଙ୍କର ସର୍ଜରି ସଫଳ ହୋଇଛି। ଶୁକ୍ରବାର ଏକ ମିଟିଂ ବେଳେ ହଠାତ ତାଙ୍କ ଶରୀର ଅଶୁସ୍ଥ ହୋଇପଡ଼ିଥିଲା। ଏହାପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶନିବାର ସନ୍ଧ୍ୟାରେ ତାଙ୍କର ସର୍ଜରି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜନସେନା ପାର୍ଟି ପକ୍ଷରୁ ଏକ ବିବୃତି ଜାରି କରି ସୂଚନା ଦିଆଯାଇଛି।

ହଠାତ୍ ଅସୁସ୍ଥ ହେଲେ ପବନ କଲ୍ୟାଣ

ଜନ ସେନା ପକ୍ଷରୁ ଶେୟାର କରାଯାଇଥିବା ବିବୃତ୍ତି ଅନୁସାରେ, ପବନ କଲ୍ୟାଣ ଅମରାବତୀରେ ଏକ ମିଟିଂରେ ଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଯଦିଓ ସେ ଗତ ଦୁଇ ମାସ ହେଲା ଅସୁସ୍ଥ ଥିଲେ, ତେବେ ଶୁକ୍ରବାର ତାଙ୍କ ଦେହ ଭୀଷଣ ଖରାପ ହୋଇଯାଇଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସେହି ଦିନ ପାଇଁ ସମସ୍ତ ସରକାରୀ କାମ ବନ୍ଦ କରି ତୁରନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ।

Also Read- TMC, DMK ଓ SP ରେ ମହିଳା ସାଂସଦଙ୍କ ପ୍ରତିଶତ ସର୍ବାଧିକ, ଜାଣନ୍ତୁ କୋଟା ବିବାଦ ମଧ୍ୟରେ ଅନ୍ୟ ପାର୍ଟିଙ୍କ ସ୍ଥାନ କେଉଁଠି?

ପବନଙ୍କୁ ପ୍ରଥମେ ବିଜୟୱାଡ଼ାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଭିନ୍ନ ଟେଷ୍ଟ କରିଥିଲେ। ଏମ୍ଆର୍ଆଇ ସ୍କାନ ବି ହୋଇଥିଲା। ରିପୋର୍ଟ ଦେଖିବା ପରେ ମେଡିକାଲ ଟିମ୍ ସର୍ଜରି କରିବା ଆବଶ୍ୟକ ବୋଲି ନିଷ୍ପତ୍ତି ନେଇଥିଲେ। ପରେ ତାଙ୍କୁ ହାଇଦ୍ରାବାଦର ଏକ ଭଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସନ୍ଧ୍ୟାରେ ପବନଙ୍କର ସର୍ଜରି ହୋଇଥିଲା। ଏବଂ ଏହା ସଫଳ ହୋଇଛି ବୋଲି ଜନ ସେନା ପାର୍ଟି ସୂଚନା ଦେଇଛି।

ସୁସ୍ଥ ହେବାକୁ ଲାଗିବ ସମୟ

ସର୍ଜରି ପରେ ପବନଙ୍କୁ ୧୦ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହାପରେ ସେ ତାଙ୍କର ସମସ୍ତ ସରକାରୀ କାମ ପୁନଃ ଆରମ୍ଭ କରିପାରିବେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ଦିନ ଲାଗିପାରେ ଡାକ୍ତର କହିଥିବା ଜନ ସେନା ପାର୍ଟି ସୂଚନା ଦେଇଛି।ସୂଚନା ଥାଉକି ପବନ କଲ୍ୟାଣଙ୍କ ଅସୁସ୍ଥ ଖବର ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ଅଭିନେତା ସମସ୍ତେ ଆରୋଗ୍ୟ କାମନା କରିଛନ୍ତି। ଜୁନିଅର ଏନଟିଆର୍, ସାଇ ଧରମ ତେଜ ଆଦି ଅଭିନେତା ସୋସିଆଲ୍ ମିଡିଆରେ ଆରୋଗ୍ୟ କାମନା କରିଛନ୍ତି। ତେବେ ପ୍ରକୃତରେ ତାଙ୍କର କଣ ସର୍ଜରି ହୋଇଛି ସେ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି  ନାହିଁ। 

Also Read- ବିରଳ ରୋଗ ସହିତ ଲଢ଼ୁଥିବା ଶିଶୁକୁ ଦରକାର ୧୫ କୋଟିର ଇଞ୍ଜେକ୍ସନ, ହାତ ଖୋଲିଦେଲେ ହେମନ୍ତ ସରକାର