କଳାହାଣ୍ଡି ୮।୧୧: ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣାରେ ବଡ଼ ଖୁଲାସା । ୪ ଦିନ ପରେ ନାଳରୁ ମିଳିଲା କଟାମୁଣ୍ଡର ଅଂଶବିଶେଷ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ-ସୁପାଡ଼ ରାସ୍ତା ନିକଟ ବିଲରୁ ମିଳିଥିବା ମୁଣ୍ଡବିହୀନ ମୃତଦେହ ଘଟଣାରେ ନୂଆ ମୋଡ଼ । ମୃତ ଯୁବକ ଲଡୁଗାଁ ଗ୍ରାମର ରାଜୁ ବାଗଙ୍କ କଟାମୁଣ୍ଡର ଅଂଶବିଶେଷ ନିକଟସ୍ଥ ନାଳରୁ ଠାବ ହୋଇଥିବା ସୂଚନା ମିଳିଛି ।

ଗତ ଗୁରୁବାର ଦିନ ଚାଷଜମିରୁ ମୁଣ୍ଡବିହୀନ ଶବ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲା କଟାମୁଣ୍ଡ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଥିଲା । ଶେଷରେ ଶବ ଉଦ୍ଧାରର ୪ ଦିନ ପରେ ନାଳରୁ ମିଳିଛି କଟାମୁଣ୍ଡର ଅଂଶବିଶେଷ ।

Also Read:- ସମୁଦ୍ରରୁ ସିଧା ବେଳାଭୂମିକୁ ମାଡ଼ି ଆସିଲା ୨ ହୋଭରକ୍ରାଫ୍ଟ, ପ୍ରଥମେ ଭୟଭୀତ ହେଲେ ସ୍ଥାନୀୟ ଲୋକେ

ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ? ହତ୍ୟା ପଛରେ ରହିଛି କେଉଁ କାରଣ ? ଅଭିଯୁକ୍ତଙ୍କ ପାଖରେ ପୋଲିସ କେବେ ପହଞ୍ଚୁଛି, ତାହା ଏବେ ବଡ଼ ପ୍ରଶ୍ନ।