ମୁମ୍ବାଇ : ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ୨୭ ଜୁନ୍, ୨୦୨୫ରେ ହୃଦଘାତ ଯୋଗୁ ହୋଇଥିଲା। ମୃତ୍ୟୁକୁ ଏତେ ମାସ ବିତି ଯାଇଥିଲେ ବି , ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ଦୁଃଖରୁ ବାହାରି ପାରି ନାହାଁନ୍ତି। ପରାଗ ପ୍ରାୟତଃ ସୋସିଆଲ ମିଡିଆରେ ଶେଫାଳିଙ୍କ ସହ ତାଙ୍କ ସ୍ମୃତିକୁ ସେୟାର କରୁଛନ୍ତି। ସେଫାଳିଙ୍କ ବ୍ୟତୀତ ଜୀବନ କାଟିବା ତାଙ୍କ ପାଇଁ ଯେମିତି ଖୁବ୍ କଷ୍ଟକର ହୋଇ ପଡ଼ିଛି। କିନ୍ତୁ ଏହାରି ଭିତରେ ପରାଗ ତ୍ୟାଗୀ ଶେଫାଳିଙ୍କ ମୃତ୍ୟୁକୁ ନେଇ ଏମିତି କିଛି ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପରାଗ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଶେଫାଳିଙ୍କ ଉପରେ କଳା ଯାଦୁ କରାଯାଇଥିଲା। ଆଉ ସେ ଏହାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି।

ନିକଟରେ ଅଭିନେତା ପରାଗ ତ୍ୟାଗୀ ପାରସ ଛାବ୍ରାଙ୍କ ସହ ଏକ ପୋଡକାଷ୍ଟରେ ନଜର ଆଶିଥିଲେ। ଯେଉଁଥିରେ ସେ ଦାବି କରିଛନ୍ତି ଯେ ଶେଫାଳି ଜରିୱାଲାଙ୍କୁ କଳା ଯାଦୁ କରାଯାଇଥିଲା। ପଡକାଷ୍ଟ ସମୟରେ, ପରାଗ ତ୍ୟାଗୀ କହିଥିଲେ, "ଅନେକ ଲୋକ ଏହି ଜିନିଷଗୁଡ଼ିକରେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ମୁଁ ଏଥିରେ ଦୃଢ଼ ବିଶ୍ୱାସ କରେ। ଯେଉଁଠାରେ ଈଶ୍ୱର ଅଛନ୍ତି, ସେଠାରେ ଶଇତାନ ମଧ୍ୟ ଅଛି। ଆପଣ ଜାଣନ୍ତି, କିଛି ଲୋକ ନିଜ ଦୁଃଖରେ ଦୁଃଖିତ ହୁଅନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ ଖୁସିରେ ଦୁଃଖିତ ହୁଅନ୍ତି। ମୁଁ ଏହା କେବଳ ଭାବୁନାହିଁ, ମୋତେ ଜଣା ଅଛି କଲାଯାଦୁ କିଏ ତ ନିଶ୍ଚୟ କରିଛି। ମୁଁ କହିପାରିବି ନାହିଁ ଯେ ଏହା କିଏ କରିଛି, କିନ୍ତୁ କେହି ଜଣେ କରିଛନ୍ତି।"

ପରାଗ ଆଗକୁ କହିଲେ, "ମୁଁ କିଛି ଭୁଲ୍ ଅନୁଭବ କରୁଥିଲି। କେବଳ ଥରେ ନୁହେଁ, ଏହାକୁ ଦୁଇଥର ଅନୁଭବ କରିଛି। ମୁଁ ଥରେ ବାହାରକୁ ବାହାରିବାରେ ସଫଳ ହୋଇଛି, କିନ୍ତୁ ଏଥର, ଏହା ଟିକେ ଭାରୀ ଥିଲା। ମୁଁ ଜାଣିନାହିଁ, ଏହା କ'ଣ ଥିଲା । ଯାହା ବି ଥିଲା ମୋ ଧାରଣା ବାହାରେ ଥିଲା। ଯେତେବେଳେ ମୁଁ ଭକ୍ତିରେ ବସିଥାଏ, ମୁଁ ଅନୁଭବ କରେ ଯେ କିଛି ଭୁଲ ହେଉଛି। ସେ ଏତେ ଖୁସି ଝିଅ... ମୁଁ ଏ ବିଷୟରେ ଆଉ ଅଧିକ କିଛି କହିବାକୁ ଚାହୁଁନାହିଁ, କିନ୍ତୁ ମୁଁ ସୋଫାଳିଙ୍କୁ ଛୁଇଁବା ଦ୍ୱାରା କିଛି ଭୁଲ୍ ଅନୁଭବ କରିପାରୁଥିଲି। ଏଥର ଏହା ଟିକେ ଅଧିକ ଥିଲା ତେଣୁ ମୁଁ ପୂଜାର୍ଚ୍ଚନା କରିବାକୁ ଟିକେ ବଢ଼ାଇ ଦେଇଥିଲି। କିନ୍ତୁ ଏବେ ବି କହିବି ମୁଁ ୧୦୦% ଜାଣିଛି ସେଫଳି ବ୍ଲାକ୍ ମ୍ୟାଜିକ ହୋଇଛି।”