ମାଲକାନଗିରି, ୧୪।୧୧ : ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା। ବଜ୍ରକାପ୍ତା ଚୋରାଚାଲାଣ ହେଉଥିବା ବେଳେ ମାଡି ବସିଲା ବନ ବିଭାଗ। ଘଟଣାସ୍ଥଳରୁ ୧୫ କେଜିରୁ ଊର୍ଦ୍ଧ୍ୱ ଓଜନର ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ମାଲକାନଗିରି ବ୍ଲକର କୋଇଲିପାରି ଗାଁରେ ବଜ୍ରକାପ୍ତା ଡିଲ୍ ଚାଲିଥିଲା । ଏହି ସମୟରେ ବନ ବିଭାଗ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ୩ଟି ବାଇକ୍ ଜବତ କରାଯାଇଛି। ତେବେ ଜଣେ ଚାଲାଣକାରୀ ଫେରାର ହୋଇଯାଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।

Also Read :- ହାତୀପଲରେ ଗୋଷ୍ଠୀ ସଙ୍ଘର୍ଷ ! ପରସ୍ପରକୁ ଆକ୍ରମଣ କଲେ ଗଜରାଜ, ଦୁଇ ହାତୀ ମୃତ

ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଉପଯୁକ୍ତ ପ୍ରାକୃତିକ ପରିବେଶ ଅର୍ଥାତ ଜଙ୍ଗଲରେ ଛଡ଼ାଯିବ । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅହରହ ଅପରେସନ ଜାରି ରହିବ ବୋଲି ମାଲକାନଗିରି ଡିଏଫଓ ସାଇ କିରଣ କହିଛନ୍ତି।