Khawaja Asif on Isreal: ଶୁକ୍ରବାର ଇସଲାମାବାଦରେ ହେବାକୁ ଥିବା ଆମେରିକା-ଇରାନ ଶାନ୍ତି ଆଲୋଚନା ପୂର୍ବରୁ ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ ଏକ କୂଟନୈତିକ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଥିଲେ ଯେ ଇସ୍ରାଏଲ ଲେବାନନରେ "ନରସଂହାର" କରୁଛି। ଏହି ଅଭିଯୋଗକୁ ନେଇ ଇସ୍ରାଏଲ୍ ପାକିସ୍ତାନ ମଧ୍ୟସ୍ଥତା ନେଇ ପ୍ରଶ୍ନ ଉଠାଇଛି। 
ଏନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆସିଫଙ୍କ ମନ୍ତବ୍ୟକୁ "ଅପମାନଜନକ" ବୋଲି କହିଛି। "ଇସ୍ରାଏଲର ବିନାଶ ପାଇଁ ତାଙ୍କର ଆହ୍ୱାନ"କୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ବିଶେଷକରି ଏମିତି ଏକ ଦେଶ ଠାରୁ ଯିଏ ଶାନ୍ତି ପ୍ରୟାସରେ ନିଜକୁ ଏକ ନିରପେକ୍ଷ ପକ୍ଷ ଭାବରେ ଉପସ୍ଥାପନ କରୁଛି ବୋଲି ଇସ୍ରାଏଲ କହିଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛିଏହି ମନ୍ତବ୍ୟକୁ କୌଣସି ସରକାର ବରଦାସ୍ତ କରିପାରିବେ ନାହିଁ। ବିଶେଷକରି ଶାନ୍ତି ପାଇଁ ନିରପେକ୍ଷ ମଧ୍ୟସ୍ଥତା ବୋଲି ଦାବି କରୁଥିବା ସରକାରଙ୍କଠାରୁ ଆଦୌ ନୁହେଁ।

Also Read- US troops withdraw from Europe: ନାଟୋ ଉପରେ ରାଗି, ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରିବେ ଟ୍ରମ୍ପ! ମନରେ ଗ୍ରୀନଲାଣ୍ଡ ଲୋଭ

ଇସ୍ରାଏଲ୍ ବିରୁଦ୍ଧରେ ବିଷ ଉଗାରିଲା ପାକିସ୍ତାନ

ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ୍ସରେ ଇସ୍ରାଏଲକୁ ସମାଲୋଚନା କରି ଏକାଧିକ ପୋଷ୍ଟ କରିଥିଲେ। ଯାହା ବର୍ତ୍ତମାନ ବିବାଦର ମୂଳ ବିନ୍ଦୁ ପାଲଟିଛି। ଖ୍ୱାଜା ଆସିଫ ତାଙ୍କ ପୋଷ୍ଟରେ ଇସ୍ରାଲକୁ ସୈତାନ କହିବା ସହିତ ମାନବତା ପାଇଁ ଏକ ଅଭିଶାପ ବୋଲି କହିଥିଲେ। କେବଳ ସେତିକି ନୁହେଁ ଇସ୍ରାଏଲକୁ ଏକ କ୍ୟାନସର ବୋଲି କହିଥିଲେ ପାକିସ୍ତାନ ମନ୍ତ୍ରୀ। ଇସ୍ଲାମବାଦାରେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଇସ୍ରାଏଲ୍ ଲେବାନନରେ ନରସଂହାର କରୁଛି ବୋଲି ଖ୍ୱାଜା ଆସିଫ ଅଭିଯୋଗ କରିଥିଲେ।

ଖ୍ୱାଜା ଆସିଫ ଟ୍ୱିଟ୍ କରି ଲେଖିଥିଲେ ପ୍ରଥମେ ଗାଜା,ତା'ପରେ ଇରାନ ଏବଂ ଏବେ ଲେବାନନ ଇସ୍ରାଏଲ ଦ୍ୱାରା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯାଉଛି,ରକ୍ତପାତ ନିରନ୍ତର ଜାରି ରହିଛି।” ଆସିଫଙ୍କର ଟ୍ୱିଟ୍‌ରେ ଯେଉଁ ଧାଡ଼ିଟି ବିଶେଷ ବିବାଦୀୟ ହୋଇପଡ଼ିଛି ତାହା ହେଲା "ମୁଁ ଆଶା କରୁଛି ଏବଂ ପ୍ରାର୍ଥନା କରୁଛି ଯେ ପାଲେଷ୍ଟାଇନ ଭୂମିରେ ଏହି କର୍କଟଭଳି ରାଷ୍ଟ୍ର ସୃଷ୍ଟି କରିଥିବା ୟୁରୋପୀୟମାନେ ଏବେ ଇହୂଦୀମାନଙ୍କ ଠାରୁ ମୁକ୍ତି ଦେବା ପାଇଁ କାମ ଆରମ୍ଭ କରିବା ଦରକାର। ତାଙ୍କୁ ନର୍କରେ ଜଳେଇ ଦେବା ଦରକାର।"

Also Read- କମ୍ ଦରମା ପାଇଁ ଚିନ୍ତାରେ ଥିଲେ କର୍ମଚାରୀ, ରାଗିକି ଗୋଦାମରେ ଲଗାଇ ଦେଲେ ନିଆଁ

ପାକିସ୍ତାନର ବୟାନରେ ତାତିଲା ଇସ୍ରାଏଲ ମନ୍ତ୍ରୀ

ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କର ଏଭଳି ବୟାନ ଆସିବା ପରେ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ ଗିଦିୟୋନ ସା'ର ତୀବ୍ର ଅଶନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ ପଟେ ଶାନ୍ତି ପାଇଁ ଆହ୍ୱାନ ଦେବା ଏବଂ ଅନ୍ୟ ପଟେ ବିଷ ଉଗାରିବା ଏକାଠି ରହିପାରିବ ନାହିଁ। ସେ ସ୍ପଷ୍ଟ କରିଥିଲେ ଯେ ଇସ୍ରାଏଲ ନିଜକୁ କିପରି ରକ୍ଷା କରିବ ତାହା ଜାଣିଛି ଏବଂ ଯେଉଁମାନେ ଏହାର ବିରୁଦ୍ଧରେ ଠିଆ ହେବେ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ।

ବିବାଦ ପରେ ଟ୍ୱିଟ୍ ଡିଲିଟ୍ କଲେ ଖ୍ୱାଜା ଆସିଫ୍

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଟ୍ୱିଟ୍‌କୁ ନେଇ ଇସ୍ରାଏଲ୍ ତୀବ୍ର ବିରୋଧ କରିବା ପରେ ଖ୍ୱାଜା ଆସିଫ୍ ତାଙ୍କର ବିବାଦୀୟ ପୋଷ୍ଟକୁ ଡିଲିଟ୍ କରି କରିଦେଇଛନ୍ତି। ଏସ୍ରାଏଲ୍ ଆସିଫଙ୍କ ପୋଷ୍ଟକୁ ନେଇ ତୀବ୍ର ବିରୋଧ କରିଥିଲା। ଆମେ ଆମର ରକ୍ଷା କରିବା ସହ ଆତଙ୍କବାଦର କିଭଳି ଜବାବ ଦେଇ ହେବ ତାହା ଜାଣିଛୁ ବୋଲି ଇସ୍ରାଏଲ୍ କହିଥିଲା। ଯିଏ ବାଧା ସୃଷ୍ଟି କରିବ ସେ ଉଚିତ ଜବାବ ପାଇବ ବୋଲି କହିଥିଲେ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ।