ଇସଲାମାବାଦ: ବିଶ୍ବରେ ବଡ଼ କୂଟନୈତିକ ରାଷ୍ଟ୍ର ଭାବରେ ନିଜକୁ ଦେଖାଉଥିବା ପାକିସ୍ତାନ, ସାଧାରଣ ହୋଟେଲର ବିଲ୍ ଦେଇପାରୁନି । ଯେଉଁ ହୋଟେଲରେ ଇରାନ ଏବଂ ଆମେରିକା ପ୍ରତିନିଧି ଆଲୋଚନା କରିଥିଲେ, ତାର ବିଲ୍ ବକେୟା ରଖିଛନ୍ତି ଶାହବାଜ ସରକାର । ଆମେରିକା ଏବଂ ଇରାନ୍ ମଧ୍ୟରେ ଶାନ୍ତି ଆଲୋଚନା କରାଇ ବାଃ ବାଃ ନେବାକୁ ବଡ଼ ଯୋଜନା କରିଥିବା ପାକିସ୍ତାନ ଏକ କାଙ୍ଗାଳ ରାଷ୍ଟ୍ର ବୋଲି ନିଜକୁ ପ୍ରମାଣିତ କରିଛି । ହୋଟେଲର ବକେୟା ବିଲ ଦେବାକୁ ବି ଅସମର୍ଥ ଶାହବାଜ ସରକାର ।

ପାକିସ୍ତାନ ଚଳିତବର୍ଷ ଏପ୍ରିଲ ୧୦ ରୁ ୧୨ ମଧ୍ୟରେ ଇସଲାମାବାଦରେ ଅନୁଷ୍ଠିତ ଆମେରିକା-ଇରାନ ଆଲୋଚନାକୁ ଏକ ପ୍ରମୁଖ କୂଟନୈତିକ ସୁଯୋଗ ଭାବରେ ଉପସ୍ଥାପନ କରିଥିଲା। ହେଲେ ଆଲୋଚନା ବିଫଳ ହେଲା । ସେପଟେ ବକେୟା ହୋଟେଲ ବିଲକୁ ନେଇ ପାକିସ୍ତାନ ସମାଲୋଚନାର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ଏହି ବୈଠକ ଇସଲମାବାଦର Serena Hotelରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏବେ ଅଭିଯୋଗ ହୋଇଛି ଯେ, ପାକିସ୍ତାନ ସରକାର ହୋଟେଲ୍ର ବିଲ ପୈଠ କରିନାହାନ୍ତି ।

ହସ୍ତକ୍ଷେପ କଲେ ହୋଟେଲ୍ ମାଲିକ

ସୂଚନା ଅନୁସାରେ, ମାମଲା ଏତେ ବଢ଼ିଗଲା ଯେ, ଖୋଦ ହୋଟେଲର ମାଲିକଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଲା । ମଧ୍ୟପ୍ରାଚ୍ୟ ମହାଯୁଦ୍ଧକୁ ବନ୍ଦ କରିବା ଲାଗି ପାକିସ୍ତାନ ଯେଉଁ ସ୍ବପ୍ନ ଦେଖିଥିଲା, ବକେୟା ହୋଟେଲ ବିଲ ଏହାକୁ ଧୂଳିସାତ କରିଦେଇଛି । ଯେଉଁ ଦେଶ ହୋଟେଲ୍ ବିଲ ଦେଇପାରୁନି, ସେ ପୁଣି ଆମେରିକା ଏବଂ ଇରାନ୍ ମଧ୍ୟରେ ଶାନ୍ତି ଚୁକ୍ତି କରାଇବାକୁ ସ୍ବପ୍ନ ଦେଖୁଛି । ବିଶ୍ବ ଦରବାରରେ ପୁଣି ଥରେ ଉପହାସର ପାତ୍ର ହୋଇଛି ପାକିସ୍ତାନ ।

କୂଟନୈତିକ ମହତ୍ତ୍ୱାକାଂକ୍ଷା ଏବଂ ବାସ୍ତବତା

ଇସଲାମାବାଦ ଏହି ବୈଠକର ଆୟୋଜନ କରି ନିଜକୁ ଏକ ବଳିଷ୍ଟ ମଧ୍ୟସ୍ଥି ଭାବରେ ପ୍ରଚାର କରିଥିଲା । ଏକ ପ୍ରତିଷ୍ଠିତ ହୋଟେଲରେ ବୈଠକ ଆୟୋଜନ କରି ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । କିନ୍ତୁ ହୋଟେଲର ବିଲ୍ ଦେଇନପାରି ପାକିସ୍ତାନ ପୁଣି ଥରେ ଦୁର୍ନାମ ଅର୍ଜନ କରିଛି । ଏକ ପ୍ରମୁଖ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ ଏପରି ସାଧାରଣ ତ୍ରୁଟି ଶାହବାଜ ସରକାରଙ୍କ ଦକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଆର୍ଥିକ ଦୁଃସ୍ଥିତିରେ ପାକିସ୍ତାନ

Also Read: Boat capsized in the Andaman: ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ ନିଖୋଜ, ସମୁଦ୍ରରେ ଭାସୁଥିବାର ଦେଖିଲା ବାଂଲାଦେଶ ସେନା

ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ, ଏହି ଆୟୋଜନ ବୋଝ ଉପରେ ନଳିତା ବିଡ଼ା ପରି ଥିଲା । ବିଦେଶରୁ ଋଣ କରି ସରକାର ଚଳାଉଥିବା ପାକିସ୍ତାନ, ଆତିଥ୍ୟ ଦେବାରେ ବି ଅଯୋଗ୍ୟ ବୋଲି ପ୍ରମାଣିତ ହୋଇଛି । ଦେଶର ଲୋକମାନେ ଦି ଓଳି ଖାଇବାକୁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସରକାର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରି ଫସିଯାଇଛନ୍ତି ।