ଭୁବନେଶ୍ୱର ୨୦/୦୩: ମୁଠେ ପଖାଳରେ ପେଟ୍ ପୁରେ ମୋର...ହୁଏତ ଏହା ଗୀତଟିଏ ହୋଇପାରେ । କିନ୍ତୁ କଥାଟି ସତ । ସେଥିପାଇଁ ତ ଲୋକକଥା ଅଛି…ଖାଅ ପଖାଳ, ଯାଇ ସଅଳ । ଅର୍ଥାତ୍ ପଖାଳ ଖାଇବା ପରେ ପେଟ ଥଣ୍ଡା ରହୁଥିବାରୁ କାମ କରିବା ସହଜ ହୁଏ । ସେଇଥି ଲାଗି ତ ଓଡ଼ିଆଙ୍କ ମଉଡ଼ମଣୀ ସ୍ବୟଂ ଜଗନ୍ନାଥ ବି ପଖାଳ ଖାଆନ୍ତି ।

Also Read...Today Assembly: ଏସ୍‌ସିବି ତାତିରେ ୩ ଦିନ ହେବ ଗୃହ ଅଚଳ, ଧୋଇଯାଉଛି ଶୂନ୍ୟକାଳ

ସିଏ ପୁଣି ଏମିତି ସେମିତି ପଖାଳ ନୁହେଁ । ଶ୍ରୀଜିଉଙ୍କ ପଖାଳରେ ପଡ଼େ ଘିଅ । ସେଇଥି ଲାଗି ତ କୁହାଯାଏ, ପଖାଳ ଭାତରେ ଘିଅ… ତୋ ବୋପା ଖାଇଥିଲା କି ? ଅର୍ଥାତ୍ ପଖାଳ ଭାତରେ ଘିଅ କେବଳ ମହାପ୍ରଭୁ ହିଁ ଖାଆନ୍ତି । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି ।

 

​​​​​​​

ଓଡ଼ିଆଙ୍କ ଆବେଗ…ସକାଳ ହେଉ କି ସଞ୍ଜ । ଗଣ୍ଡେ ପଖାଳ ପେଟରେ ପଡ଼ିଲେ ଦେହ ମୁଣ୍ଡ ପୂରା ଶାନ୍ତି । ଓଡ଼ିଆଙ୍କ ପାଖରେ ଯେତେ ମଟନ୍, ଚିକେନ୍ ଓ ମାଛ ଥାଉ । ପଖାଳ କଂସା ସାମ୍ନାରେ ଏସବୁ ଫିକା । ଆଳୁ ଚକଟାକୁ ବାଇଗଣ ଭର୍ତ୍ତା, ପୁଣି ଶାଗକୁ ଟିକେ ପାଗ । ପୂରା ଜମିବ ଖାଇବା । ପଖାଳର ସ୍ବାଦ ଆଗରେ ଆମିଷ ପାସଙ୍ଗରେ ପଡ଼ିବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଖାଳକୁ ନେଇ ଏବେ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । ଖାସ କରି ଆଜି ପଖାଳ ଦିବସ ପାଳନ ହେଉଥିବାରୁ ବଡ଼ବଡ଼ ହୋଟେଲ ବି ଭେରାଇଟି ପଖାଳ ବିକ୍ରି । ଯିଏ ଯେମିତିକା ଚାହିଁବ ସିଏ ସେମିତିକା ଖାଇବ ।