ଭୁବନେଶ୍ୱର,୨୦/୦୩: ମୁଲତବୀ ପରେ ମୁଲତବୀ । ବାରମ୍ୱାର ଗୃହ ଅଚଳ । ଚାଲି ପାରୁନି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଆଜକୁ ତିନିଦିନ ହେବ ଗୃହରେ ଲାଗି ରହିଛି ହୋହଲ୍ଲା। ଗୃହ କାର୍ଯ୍ୟ ଆରମ୍ଭରୁ ନେଇ ଶେଷ ଯାଏଁ SCB ପୋଡ଼ି ଓ ମୃତାହତକୁ ପ୍ରସଙ୍ଗରେ କମ୍ପୁଛି ବିଧାନସଭା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି କଂଗ୍ରେସ - ବିଜେଡି ।

also read...Road accident: କାଳ ହେଉଛି ଦ୍ରୁତ ଗତି, ଗୃହରେ ପରିବହନ ମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

ହୋଇ ପାରୁନି ପ୍ରଶ୍ନ କି ଶୂନ୍ୟକାଳ, ଆସି ପାରୁନି ମୁଲତବୀ ପ୍ରସ୍ତାବ। ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଉନ୍ନୟନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ ଓ ବୈସୟିକ ଶିକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରହିଛି ପ୍ରଶ୍ନକାଳ। ସେପଟେ ଗୃହରେ ନିର୍ମାଣ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା।