କୁଆଲାଲମ୍ପୁର: କୁଆଲାଲମ୍ପୁରରେ ରାଜକୀୟ ଢଙ୍ଗ ଓ ରାଜପରିବାରର ଉପସ୍ଥିତିରେ ଏକ ନୂଆ ପ୍ରେମ କାହାଣୀର ଆରମ୍ଭ । ପାହାଙ୍ଗର ରାଜକୁମାରୀ ଇଲିଆନା ଓ ପ୍ରସିଦ୍ଧ ରେସିଂ ଡ୍ରାଇଭର କ୍ରିସ୍ ଫ୍ରଗ୍ୟାଟଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜକୀୟ ପରମ୍ପରା ଓ ଆଧୁନିକ ଜୀବନଶୈଳୀର ଏହି ଅନନ୍ୟ ଅତିଥିମାନଙ୍କ ସହ ସମଗ୍ର ମାଲେସିଆର ଦୃଷ୍ଟି ଆକର୍ଷଣ କରିଛି। ଅଗଷ୍ଟ ୭ ତାରିଖରେ ମାଲେସିଆର ରାଜପରିବାରର ପାରମ୍ପରିକ ରୀତି ନୀତି ଅନୁଯାୟୀ କିଛି ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ବିବାହ ଉତ୍ସବ ୨୯ ବର୍ଷୀୟା ଇଲ୍ୟାନା ପାହାଙ୍ଗର ସୁଲତାନ ଅଲ୍-ସୁଲତାନ ଅବ୍ଦୁଲ୍ଲା ରିଆତୁଦ୍ଦିନ୍ ଅଲ୍-ମୁସ୍ତାଫା ବିଲ୍ଲାହ ଶାହଙ୍କ ଝିଅ। ତାଙ୍କ ପିତା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମାଲେସିଆର ୧୬ତମ ଯାଙ୍ଗ୍ ଡି-ପର୍ତୁଆନ୍ ଆଗୋଙ୍ଗ୍ ବା ରାଜା ଭାବେ ଦାୟିତ୍ୱ ତୁଲାଇଥିଲେ। ଇଲ୍ୟାନାଙ୍କ ସ୍ୱାମୀ କ୍ରିସ୍ ଫ୍ରଗାଟ୍ ଜଣେ ୩୨ ବର୍ଷୀୟ ବ୍ରିଟିଶ ରେସିଂ ଡ୍ରାଇଭର ।

ବିବାହ ସମାରୋହରେ ଇଲ୍ୟାନାଙ୍କ ଲୁକ୍ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି। ସେ କୁଇନ୍ ଅଜିଜାଙ୍କ ଡାଏମଣ୍ଡ ଟିଆରା ପିନ୍ଧିଥିବା ବେଳେ ଡିଜାଇନର ରାଡଜୁଆନ୍ ରାଡଜିୱିଲଙ୍କ ଡିଜାଇନ୍ ଗାଉନ୍ ପିନ୍ଧିଥିଲେ। ଏହି ରାଜକୀୟ ଅଳଙ୍କାର ଓ ପୋଷାକ ତାଙ୍କ ବିବାହର ଆକର୍ଷଣକୁ ଆହୁରି ବଢ଼ାଇଥିଲା। ଏହି ଅବସରରେ, ଶାଙ୍ଗ୍ରି-ଲାର ଭବ୍ୟ ବଲରୁମ୍କୁ ଏକ ଅତ୍ୟନ୍ତ ସୁନ୍ଦର ରାଜପ୍ରାସାଦ ସଦୃଶ ରୂପରେ ସଜାଯାଇଥିଲା। ସାଜସଜାର ପ୍ରତ୍ୟେକ ଜିନିଷ ପାହାଙ୍ଗ ସୁଲତାନତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଉ ଥିଲା। ସମାରୋହର କେନ୍ଦ୍ରସ୍ଥଳରେ ଏକ ଭବ୍ୟ ପେଲାମିନ୍, ଅର୍ଥାତ୍ ପାରମ୍ପରିକ ବିବାହ ମଞ୍ଚ, ସୁନା ସୂତାରେ ସୁନ୍ଦର ଭାବେ କଢ଼ାଯାଇଥିବା ଏକ ଆଡମ୍ବରପୂର୍ଣ୍ଣ ଚାନ୍ଦୋଆ ତଳେ ସ୍ଥାପିତ ହୋଇଥିଲା। ହାତରେ ତିଆରି ରେଶମୀ କୁଶନ୍, ପାରମ୍ପରିକ ପୋଷାକ ଏବଂ ମନମୁଗ୍ଧକର ଆଲୋକସଜ୍ଜା ଏକ ଅଦ୍ଭୁତ ପରିବେଶ ସୃଷ୍ଟି କରିଥିଲା। ଏହା ସହିତ, ବିଦେଶୀ ଅର୍କିଡ୍ ଓ ତାଜା ଗୋଲାପରେ ସଜାଯାଇଥିବା ଭବ୍ୟ ଫୁଲଦାନିଗୁଡ଼ିକ ରାଜକୀୟ ପରିବେଶର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲା।

ରାଜକୁମାରୀ ଇଲିଆନା ଓ ରେସିଂ ଡ୍ରାଇଭର କ୍ରିସ୍ ଫ୍ରଗ୍ୟାଟଙ୍କ ଜୀବନର ଏହି ବିଶେଷ ଦିନ ରାଜକୀୟ ଐତିହ୍ୟ ଓ ଆଧୁନିକ ଗ୍ଲାମରର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ବିବାହ ଅବସରରେ ରାଜକୀୟ ପରମ୍ପରାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାବେଳେ, ସମାରୋହରେ ଆଧୁନିକତାର ଛାପ ମଧ୍ୟ ଦେଖିବାକୁ ମିଳିଥିଲା। ରାଜପରିବାର, ନିକଟ ସମ୍ପର୍କୀୟ ଓ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ସମାରୋହଟି ଆହୁରି ଭବ୍ୟ ହୋଇଉଠିଥିଲା। ରାଜକୁମାରୀ ଇଲିଆନା ରାଜକୀୟ ପରିବାରର ହୋଇଥିବାବେଳେ କ୍ରିସ୍ ଫ୍ରଗ୍ୟାଟ ହେଉଛନ୍ତି ମୋଟରସ୍ପୋର୍ଟ ଜଗତର ପରିଚିତ ଚେହେରା । ଦୁଇଟି ଭିନ୍ନ ଦୁନିଆର ସଂଯୋଗ ହିଁ ଏହି ବିବାହକୁ ଆହୁରି ଆକର୍ଷଣୀୟ କରିଛି। ଏହି ବିବାହ କେବଳ ଦୁଇ ଜଣଙ୍କ ମିଳନ ନୁହେଁ, ବରଂ ଦୁଇଟି ଭିନ୍ନ ଜୀବନଶୈଳୀର ଏକ ସୁନ୍ଦର ସଙ୍ଗମ। କୁଆଲାଲମ୍ପୁରରେ ଅନୁଷ୍ଠିତ ଏହି ଭବ୍ୟ ବିବାହ ଏବେ ରାଜକୀୟ ଦୁନିଆ ସହ ମୋଟରସ୍ପୋର୍ଟ ପ୍ରେମୀଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ। ରାଜକୀୟ ପରମ୍ପରା ଓ ଆଧୁନିକ ଜଗତର ଏହି ଅନନ୍ୟ ମିଳନ ଯୋଗୁଁ ଇଲ୍ୟାନା ଓ କ୍ରିସ୍ ଫ୍ରଗାଟଙ୍କ ବିବାହ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।