ଭୁବନେଶ୍ୱର ୦୮।୦୯ : ରାଜଧାନୀରେ ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରୁ ୬୬ଲକ୍ଷ ଟଙ୍କା ଚୋରି ଘଟଣା । କେୟାର ଟେକର ବିକାଶ ବିଶ୍ବାଳର ଅସ୍ତରଙ୍ଗସ୍ଥିତ ଘରୁ ୫୪ଲକ୍ଷ ୮୦ହଜାର ଟଙ୍କା ଜବତ କଲା ପୋଲିସ । ବାକି ଟଙ୍କା ସହ ଫେରାର୍ ଅଭିଯୁକ୍ତକୁ ଧରିବାକୁ ଚାଲିଛି ତନାଘନା

ରାଜଧାନୀରେ ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରେ କଳାକନା ବୁଲାଇଥିଲା କେୟାର ଟେକର । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ନଗର ଲେନ ୪ରେ ରହୁଥିବା ଅବସରପ୍ରାପ୍ତ ଯନ୍ତ୍ରୀ ଅଶୋକ କୁମାର ସାହୁଙ୍କ ଘରୁ ୬୬ଲକ୍ଷ ଟଙ୍କା ଚୋରି ପଛରେ ତାଙ୍କର କେୟାର ଟେକର ବିକାଶ ବିଶ୍ବାଳର ହାତ ଅଛି ବୋଲି ସଂଦେହ ପରେ ପୋଲିସ ଆରମ୍ଭ କରିଥିଲା ତନାଘନା । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାହୁଢ଼ିଅ ଗାଁରେ ଚଢ଼ାଉ କରି କେୟାର ଟେକର ବିକାଶ ବିଶ୍ବାଳ ଘରୁ ୫୪ ଲକ୍ଷ ୮୦ହଜାର ଟଙ୍କା ଜବତ କରିଛି ।

Also Read:-ସୈଫ୍-କରୀନାଙ୍କ ବିବାହରେ ମାଜୁଥିଲେ ବାସନ; ଆଜି 'ବିଗ୍ ବସ୍ ୨୦'ରେ ଧମାଲ କରୁଛନ୍ତି 'ପଞ୍ଚାୟତ' ଫେମ୍ ଆସିଫ୍ ଖାନ

ତେବେ ପୋଲିସର ଚଢ଼ାଉ ପୂର୍ବରୁ ବାକି ଟଙ୍କା ସହ କୁଆଡ଼େ ଫେରାର୍ ହୋଇଯାଇଛି ଅଭିଯୁକ୍ତ ବିକାଶ ବିଶ୍ବାଳ । ଅବସରପ୍ରାପ୍ତ ଯନ୍ତ୍ରୀ ଅଶୋକ କୁମାର ସାହୁ ତାଙ୍କର EPF ଟଙ୍କା ଆଣି ଘରେ ରଖିଥିଲେ । ଆଉ ଏହି ଟଙ୍କାକୁ ଚୋରି କରି ଫେରାର୍ ହୋଇଯାଇଥିଲା ତାଙ୍କ ଘରେ କାମ କରୁଥିବା ବିକାଶ ବିଶ୍ବାଳ । ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ଲକ୍ଷ୍ମୀସାଗର ଥାନା ପୋଲିସ ଏବଂ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ତନାଘନା ଜାରି ରଖିଛନ୍ତି ।