ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଛି ୫୪ ଲକ୍ଷରୁ ଅଧିକ ଟଙ୍କା। ସୋମବାର ୯ଟି ହୁଣ୍ଡି ଖୋଲାଯାଇ କଡ଼ା ସୁରକ୍ଷା ମଧ୍ୟରେ ରାୟଗଡ଼ା ୟୁନିୟନ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ହୁଣ୍ଡି ଟଙ୍କା ଗଣତି କରାଯାଇଥିଲା। ଗଣତି ପରେ ମୋଟ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ମିଳିଛି। ଏଥିସହ ୬୪ ଗ୍ରାମ ସୁନା ଓ ୧ କେଜି ୭୬୪ ଗ୍ରାମ ରୁପା ଅଳଙ୍କାର ମଧ୍ୟ ମିଳିଛି।

ଏଥିରେ ୫୦୦ ଟଙ୍କିଆ ୨,୬୭୯ଟି, ୨୦୦ ଟଙ୍କିଆ ୧,୪୮୮ଟି, ୧୦୦ ଟଙ୍କିଆ ୨୨,୦୩୪ଟି, ୫୦ ଟଙ୍କିଆ ୧୪,୮୦୬ଟି ଏବଂ ୨୦ ଟଙ୍କିଆ ୨୧,୪୬୦ଟି ନୋଟ୍ ରହିଛି। ଏଥିସହ ହୁଣ୍ଡିରୁ ଆମେରିକୀୟ ଡଲାର, ଓମାନ୍‌ର ରିଆଲ୍, ସାଉଦି ରିଆଲ୍ ଓ ୟୁଏଇ ଦିରହାମ୍ ସମେତ ବିଭିନ୍ନ ବିଦେଶୀ ମୁଦ୍ରା ଓ କଏନ୍ ମିଳିଛି। ସେହିପରି ୬୪ ଗ୍ରାମ ସୁନା ଏବଂ ୧ କେଜି ୭୬୪ ଗ୍ରାମ ରୁପା ଅଳଙ୍କାର ମିଳିଛି। ମା’ଙ୍କ ପ୍ରତି ଭକ୍ତଙ୍କ ଆସ୍ଥାର ଏହି ଦାନକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

 Also Read: ଭକ୍ତଙ୍କ ପାଇଁ ବଡ଼ ଖୁସି ଖବର : ଶ୍ରୀମନ୍ଦିର ନାଟମଣ୍ଡପ ସମ୍ପୂର୍ଣ୍ଣ AC, ଏଣିକି ଆରାମରେ ଦର୍ଶନ