ମାଲକାନଗିରି ୦୯/୦୨: କାଲିମେଳା ପୋଲିସକୁ ବଡ଼ ସଫଳତା । କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ଜବତ କଲା କାଳିମେଳା ପୋଲିସ । ମାଫିଆମାନେ ଅନ୍ୟ ରାଜ୍ୟକୁ ନେବା ପାଇଁ ଲୁଚାଇ ରଖିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ସୂଚନା । ୧ କୁଇଣ୍ଟାଲ ୨୫୦ କେଜି ଗଞ୍ଜେଇ ଜବତ ।

ଏ ଖବର ବି ପଢନ୍ତୁ:- ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !

ସୂଚନା ଥାଉକି, କାଲିମେଳା ବ୍ଲକ୍ ଅନ୍ତର୍ଗତ ବେଜାଙ୍ଗିୱାଡା ଅଞ୍ଚଳରୁ ଜଙ୍ଗଲ ଭିତରୁ ଗଞ୍ଜେଇ ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ କାଲିମେଳା ବ୍ଲକ ଅଧୀନ ଭେଜାଙ୍ଗିୱାଡା ଅଞ୍ଚଳ ଜଙ୍ଗଲ ଭିତରେ ଗଛିତ ଗଞ୍ଜେଇକୁ ଜବତ କରିଛି। ତେବେ ଉକ୍ତ ଜବତ ଗଞ୍ଜେଇ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଛିତ ହୋଇଥିଲା ।

ତାର ଓଜନ ୧,୨୫୦ କିଲୋଗ୍ରାମ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଗଞ୍ଜେଇ କାରବାର କାହାକୁ ଧରିବାରେ ସକ୍ଷମ ହୋଇ ନଥିବା ବେଳେ କାଲିମେଳା ପୋଲିସ ଥାନାରେ ଏ ନେଇ ଏକ ଏନଡ଼ିପିଏସ୍ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ କାହାର ଓ କିଏ ଏହି ଗଞ୍ଜେଇ ରଖିଥିଲା । କାହାର ସମ୍ପୃକ୍ତ ରହିଛି ସେ ନେଇ ତଦନ୍ତ କରୁଛି କାଲିମେଳା ପୋଲିସ ।

also read...

ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !