କଟକ: ବିବାଦ ଘେରରେ ଆନିମେଟେଡ ଫିଲ୍ମ "ମହାପ୍ରଭୁ ଜଗନ୍ନାଥ"। ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ମାନ୍ୟବର ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଅଦାଲତଙ୍କ ପରବର୍ତ୍ତୀ ଆଦେଶ ପ୍ରକାଶ ନପାଇବା ପର୍ଯ୍ୟନ୍ତ ସିନେମାର ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦିଆଯାଇଛି।

ସିନେମାରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଏବଂ ପରମ୍ପରାକୁ ଅତ୍ୟନ୍ତ କଦର୍ଥ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ମହେଶ ସାହୁ ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।