ପାରାଦୀପ ୨୦।୮: ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପରେ ଥିବା ବିଦେଶୀ ଜାହାଜ “ଏମଟି ୟୁନି”କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାମି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି ନରସିଂହ ଏହି ଆଦେଶ ଦେଇଛନ୍ତି ।

ଜାହାଜର କର୍ମଚାରୀଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦକୁ ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜାହାଜର ମାଲିକଙ୍କୁ ପରିଶୋଧ ପାଇଁ ଦାବି କରିଥିଲେ । ମାତ୍ର ଜାହାଜ ମାଲିକ ଦୀର୍ଘ ଦିନ ହେବ ଏହାକୁ ପରିଶୋଧ କାରିପାରିନଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ।

Also Read:- ବୈତରଣୀରେ ବାରମ୍ବାର ବନ୍ୟା, ବୈତରଣୀ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ୍

ହାଇକୋର୍ଟ ଏହାକୁ ବିଚାର କରି ବାକି ଅର୍ଥର ଦାବି ଗ୍ରହଣଯାଗ୍ୟ ହୋଇଥିବାରୁ କୋର୍ଟ ଜାହାଜକୁ ଗିରଫ କରିବାକୁ ଆଦେଶ ଦେଇଥିଲେ । ତେବେ ଜାହାଜରେ ଥିବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନଥିବାରୁ ଜାହାଜରୁ ମାଲ ଖଲାସି କାର୍ଯ୍ୟ ଜାରି ରହିଛି ।

Watch Video: