ଆଠଗଡ଼ ୧୬।୧୧ : ମହାନଦୀରେ ଗାଧୋଇବା ହେଲା କାଳ। ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି 

ଖବର ଅନୁଯାୟୀ,ତିନି ଜଣ ସାଙ୍ଗ ସ୍କୁଟିରେ ଧବଳେଶ୍ୱର ତାପେଣ୍ଡା ମହାନଦୀ ଘାଟକୁ ଗାଧୋଇବା ପାଇଁ ଆସିଥିଲେ। ତେବେ ଗାଧୋଇବା ସମୟରେ ଜଣଙ୍କ ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇ ବିଡ଼ାନାସୀ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ପରେ ନାବାଳକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା। ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

Also Read:-୧୧ ବର୍ଷ ତଳେ ଘର ପୋଡ଼ିଥିଲା, ଏବେ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା !

ତେବେ ମୃତ ନାବାଳକ ଜଣକ ବିଡ଼ାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ଇରଫାନ ଅଲ୍ଲୀ ବୋଲି ଜଣାପଡ଼ିଛି। ସେ ହାଇସ୍କୁଲ ଡ୍ରେସ ପିନ୍ଧିଥିବା ସୂଚନା ମିଳିଛି। ତିନି ସାଙ୍ଗ ଏକ ସ୍କୁଟିରେ ଘାଟକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଚୌଦ୍ୱାର ଓ ଗୁରୁଡ଼ିଝାଟିଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ନାବାଳକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।