ଭଦ୍ରକ: ବେଙ୍ଗାଲୁରୁରେ ୨୪ ବର୍ଷୀୟ ଯୁବକଙ୍କୁ ହତ୍ୟା । ସାଙ୍ଗମାନେ ମିଶି ଟଙ୍କା ପାଇଁ ପିଟି ପିଟି ହତ୍ୟା କରିଥିବା ସୂଚନା ରହିଛି। ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ବାପା ଓ ଗ୍ରାମବାସୀ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅଧୀନ କରଞ୍ଜଆଡ଼ିଆ ଅଞ୍ଚଳର ୨୪ ବର୍ଷୀୟ ଯୁବକ ନିରାକାର ମଲ୍ଲିକ ଦୁଇ ବର୍ଷ ହେବ ବେଙ୍ଗାଲୁରୁ , ହୁଆଇଟ ଫିଲ୍ଡ ଠାରେ ରହି କାର୍ଯ୍ୟ କରୁଥିଲେ । ସେଠାରେ ରୁମରେ ରହିବା ବେଳେ ବାହାରେ ଖାଇବାକୁ ନେଇ ବିବାଦ ଥିଲା । ନିରାକାର ବିବାଦ ପାଇଁ ରୁମ୍ ଛାଡି ଦେଇଥିଲେ । ପରେ ପୁଣି ସାଙ୍ଗ ମାନେ ତାଙ୍କୁ ଡାକି ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମୃତଦେହ ଆଣିବା ପାଇଁ ପରିବାର ଲୋକେ ସକ୍ଷମ ନଥିବାରୁ ଜିଲ୍ଲାପାଳଙ୍କୁ ଭେଟି ଶବ ଆଣିବା ପାଇଁ ଅନୁରୋଧ କରିଛନ୍ତି ମୃତକଙ୍କ ବାପା ଓ ଗ୍ରାମବାସୀ ।

Also Read: ପ୍ରେମିକାକୁ ପାଇବାକୁ ତାଙ୍କ ପିଲା ଚୋରି କରିବାକୁ ପଛାଇଲାନି ପ୍ରେମିକ, ତାପରେ ଯାହା ହେଲା...