ଭୁବନେଶ୍ୱର: ରାଜ୍ୟରୁ ହଟିଛି ଅବପାତର ଭୟ । କମିଛି ବର୍ଷାର ପରିମାଣ, ବଦଳିଛି ପାଗ । ଗଭୀର ଅବପାତଟି ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭ ଓ ଦକ୍ଷିଣ ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ । ତଥାପି ରାଜ୍ୟରେ କାଁ ଭାଁ ସ୍ଥାନରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୨ ଦିନ ଯାଏଁ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ପରେ ପୁଣି ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାୟଗଡ଼ା, ବୌଦ୍ଧ, ଅନୁଗୁଳ, କନ୍ଧମାଳ, ଗଜପତି, ଗଂଜାମ,ନୟାଗଡ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ,ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ଝଟକା ପବନର ସମ୍ଭାବନା ରହିଛି । ଏଥିପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଶନିବାର ପାଇଁ କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ, ଗଜପତି, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କି.ମି. ଝଟକା ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଗଷ୍ଟ ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।