ବ୍ରହ୍ମପୁର: ଆଜି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି l ସରପଞ୍ଚ ଏବଂ ୱାର୍ଡ ସଭ୍ୟ ପାଇଁ ଭୋଟ୍ ଦାନ ସରିଛି l ଏସବୁ ଭିତରେ ଗୁଡିଖୋଳା ଗାଁକୁ ନେଇ ଉଭୟ ଆନ୍ଧ୍ର - ଓଡିଶା ସରକାର ଦ୍ୱନ୍ଦରେ l ଗୁଡିଖୋଳା କାହାର, ତାକୁ ନେଇ ଆରମ୍ଭ ହୋଇଛି କସରତ l  ଆନ୍ଧ୍ରପ୍ରଦେଶର ବୁଡ଼ାରସିଙ୍ଗି ବୁଥରେ ଅନୁଷ୍ଠିତ ହୋଇଥିବା ଭୋଟ କେନ୍ଦ୍ରରେ ଓଡ଼ିଆ ଭୋଟର ଭୋଟ ଦେଇଥିବା କହିଛନ୍ତି l

ସବୁଠୁ ବଡ଼ କଥା ହେଉଛି ଓଡିଶା - ଆନ୍ଧ୍ର ସୀମାନ୍ତ ଓଡିଶା ଅଧିନସ୍ଥ ଗୁଡିଖୋଳା ଗାଁର  ଭୋଟର ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ଭୋଟ ଦେଇଥିବା କୁହା ଯାଇଛି l ଗାଁ ଗୋଟିଏ ହେଲେ, ନାଁ ତିନୋଟି l  ଗାଁ ମୁଣ୍ଡରେ ଥିବା ଆମ ଅଙ୍ଗନାବାଡ଼ି କେନ୍ଦ୍ରରେ ଲେଖା ଆଛି ଗୁଡ଼ୁକୁଡି ଗାଁ, ଗଙ୍ଗାବାଡି ପଞ୍ଚାୟତ, ରାୟଗଡ ବ୍ଲକ, ଗଜପତି ଜିଲ୍ଲାl ତା ପାଖରେ ଥିବା ଆବାସ ଯୋଜନାରେ ପାଇଥିବା ହିତାଧିକାରୀଙ୍କ ନାଁ ଲିଲି ଶବର, ଅବଣ୍ଡିଆ ଗାଁ, ବୁରାତାଲ ପଞ୍ଚାୟତ, ଗଞ୍ଜାମ ଜିଲ୍ଲା ବୋଲି ଲେଖା ଅଛି l

Also Read: କୋମନା BDOଙ୍କୁ ଚାମ୍ବର ଭିତରେ ମାଡ଼, ଜୋତା ଫିଙ୍ଗି ଫେରାର ଠିକାଦାର

ଆଉ ଏହାର ସମ୍ମୁଖ ଘରେ ଶବର ଗୁଲାପି, ଗୁଡିଖୋଳା ଗାଁ, ବୁଡ଼ାରିସିଙ୍ଗ ପଞ୍ଚାୟତ, ମଞ୍ଜସା ମଣ୍ଡଳ, ଆନ୍ଧ୍ରପ୍ରଦେଶ ବୋଲି ଲେଖା ଅଛି l ଗୋଟିଏ ଗାଁରେ ତିନି ତିନୋଟି ଜିଲ୍ଲାର ସୁବିଧା ସୁଯୋଗ ଯୋଗାଇଥିବା ଉଲ୍ଲେଖ ରହିଛି l ଏହାରି ଭିତରେ ଆଜି ଅନୁଷ୍ଠିତ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଗାଁ ଲୋକେ ଭୋଟ  ଦେଇଥିବା କହିଛନ୍ତି l ଗାଁର ଜଣେ ବୃଦ୍ଧା ସମ୍ବାରି ଶବର l ଉଭୟ ରାଜ୍ୟର ସ୍ୱାସ୍ଥ୍ୟ କାର୍ଡ ପାଇଥିବା କହିଛନ୍ତିl

ଗୁଡିଖୋଳା ଗାଁ, ବୁରାତାଲ ପଞ୍ଚାୟତ, ଜରଡ଼ା ଥାନା, ଗଞ୍ଜାମ ଜିଲ୍ଲା ଓଡିଶା ଭୋଟର କାର୍ଡ ଥିବା ବେଳେ ଆନ୍ଧ୍ରପ୍ରଦେଶ ରାସନ କାର୍ଡ ପାଇଛନ୍ତି l ଏପରିକି ମାସିକ 4 ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଥିବା କହିଛନ୍ତି ବୃଦ୍ଧା ଜଣକ l ଓଡିଶା କୌଣସି ସୁବିଧା ଯୋଗାଉ ନାହିଁ l ଥିବା ସମସ୍ୟାର ସମାଧାନ ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଓଡିଶାରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜ୍ଜନ କରିବା ସହ ଆନ୍ଧ୍ରପ୍ରଦେଶକୁ ହିଁ ସମର୍ଥନ କରିବୁ ବୋଲି କହିଛନ୍ତି ସ୍ଥାନୀୟ ଯୁବକ l

Also Read: ଜଳେଶ୍ୱର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଫାଣ୍ଡି ଅଧିକାରୀ ନିଲମ୍ବିତ; ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

ପ୍ରକୃତରେ ଗୁଡିଖୋଳା କାହାର...? ଏହା ଓଡିଶାର ଗାଁ l ଏଥିପାଇଁ ଗଜପତି ରାୟଗଡ ତହସିଲଦାର ସୁକାନ୍ତ ପ୍ରଧାନ ହାତରେ ମ୍ୟାପ ଧରି ସକାଳ ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗାଁରେ କଗିଲେ l କେହି ଭୋଟ ଦେବାକୁ ଆନ୍ଧ୍ର ଯାଇନଥିବା ତହସିଲଦାର କହିଛନ୍ତି l ସେପଟେ ଗଜପତି ଜିଲ୍ଲା ଗରାବନ୍ଧ ପୁଲିସ ମଧ୍ୟ ଗାଁ ନିକଟ କଳିଙ୍ଗଦୋଳା ଘାଇ ନିକଟରେ ଡେରା ପକାଇଥିଲେ l

ସେପଟେ କିନ୍ତୁ କେ. କାମରାଜୁ ନାମକ ଜଣେ ଗ୍ରାମବାସୀ ଭୋଟ ଦେଇଥିବା ସ୍ୱୀକାର କରିଛନ୍ତି l କୌଣସି ସମସ୍ୟାର ସମାଧାନ କରିବାରେ ସରକାର ଶୁଣୁ ନାହାନ୍ତି l କିନ୍ତୁ ପଡୋଶୀ ଆନ୍ଧ୍ର ସବୁ ସୁବିଧା ସୁଯୋଉଛି l ଏଥିପାଇଁ ଆନ୍ଧ୍ରକୁ ସମର୍ଥନ ଜଣାଇବାକୁ ମନ ବଳଉଛୁ ବୋଲି କହିଛନ୍ତି କେତେକ ସ୍ଥାନୀୟ ଅଞ୍ଚଳବାସୀ l