ନୟାଗଡ଼ ୧୭।୦୫: ଭିଜିଲାନ୍ସ ଜାଲରେ JE । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଆର୍ ଡି କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି। ଏହାସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

ଖବର ଅନୁଯାୟୀ, ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଖଣ୍ଡପଡା ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ। ଏହି ଚଢାଉରେ ଭିଜିଲାନ୍ସ କେଶବଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହଙ୍କୁ ଧରିଛି । ଏହାପରେ ଉଭୟଙ୍କୁ ଗିରଫ ମଧ୍ୟ କରିଛି ଭିଜିଲାନ୍ସ। ବିଲ୍ ପାସ୍ କରାଇବା ପାଇଁ ଠିକାଦାର ଶିବପ୍ରସାଦ ଖଣ୍ଡୁଆଳଙ୍କ ଠାରୁ ନେଉଥିଲେ ଲାଞ୍ଚ ।

Also Read:-Jitu Munda : ଲୋକେ ଦେଖିବେ ଜିତୁ ମୁଣ୍ଡାଙ୍କ ସଂଘର୍ଷର କାହାଣୀ, ନିଜ ଫିଲ୍ମରେ ନିଜେ ହେବେ ହିରୋ