ଭୁବନେଶ୍ୱର : ଭୁଲ୍ ବହି ଛପା ଯୋଗୁ ରାଜ୍ୟରେ ଲାଗି ରହିଛି ରାଜନୈତିକ ଆରୋପ ପତ୍ୟାରୋପ। ବିରୋଧି ଦଳ ଏଥିପାଇଁ ସରକାରଙ୍କୁ ଦାୟୀ କରି ବିରୋଧ ପ୍ରଦର୍ଶନ କରିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହାକୁ ନେଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ଭୁଲ୍ ବହି ଛପା ଯୋଗୁ ଓଡ଼ିଶା ନିନ୍ଦିତ ହେଲା, ଗଣମାଧ୍ୟମରେ ପାଇଲା। ଜାତୀୟ ଗଣମାଧ୍ୟମ ବି ଏହି ଖବର କଲେ। ବିଜେଡି ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଦେଇଥିଲା। ଭୁଲ୍ ବହି ଛପାକୁ ପ୍ରତ୍ୟାହାର କରି ନୂଆ ବହି ପାଇଁ ବିଜେଡି ଦାବି କରିଥିଲା। କିନ୍ତୁ କିଛି ଆକ୍ସନ ନାହିଁ। ଖାଲି ସେତିକି ନୁହେଁ, 380 କୋଟି ସ୍କାମରେ ମନ୍ତ୍ରୀ ଲିପ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ।

ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମ କନକ୍ଳେଭରେ କେବଳ ମୌଖିକ ଭାବେ କହିଲେ।  ନୂଆ ବହି ଛପାକୁ ନେଇ ଷଡଯନ୍ତ୍ର ହୋଇଛି। କିଏ ଷଡଯନ୍ତ୍ର କରିଛି?ମୁଖ୍ୟମନ୍ତ୍ରୀ ତା ନାଁ ସାର୍ବଜନୀନ କରନ୍ତୁ। ବିଭାଗୀୟ ମନ୍ତ୍ରୀ ହାଲୁକା ଭାବେ କହିଲେ ଏହା ସାମାନ୍ୟ ତ୍ରୁଟି। ଏମିତି କି SCERTନିର୍ଦ୍ଦେଶକ ମଧୁସ୍ମିତା ସାହୁ କହିଲେନୂଆ ବହି ଛପା ହେବନି। ସଂଶୋଧନ କରି ପଢ଼ାଇବେ ଶିକ୍ଷକ। ଶିକ୍ଷକ କଣ ସରକାରଙ୍କ ଗୁଲାମ ବୋଲି ପ୍ରଶ୍ନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡି ସଭାପତି। 

ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି ,  ସମାଜକୁ ଧ୍ୱଂସ କରିବାକୁ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରାଯାଏ। ଏହା ସରକାର କରୁଛନ୍ତି। ଗର୍ବ ଅହଂକାର ଛାଡି ସରକାର ବହି ପ୍ରତ୍ୟାହାର କରିବାର ଥିଲା। ହୁଏତ କାଲି ସକାଳେ ସରକାର ତ୍ରୁଟି ସଂଶୋଧନ କରି ପାରନ୍ତିହେଲେ ପିଲାଙ୍କ ବିଶ୍ୱାସ ଓ ମନୋବଳ ଫେରିବ ନାହିଁ। ସେ ବହିରେ ବିଜେପି ମାନସିକତା ଭରିବାକୁ ଚେଷ୍ଟା କରାଯାଇଛି। ମୁଖ୍ୟମନ୍ତ୍ରୀ ଛେପ ପକାଇ ପୁଣି ଢ଼ୋକିଲେ।  ପ୍ରଥମ ଥର ଏମିତି ସରକାର ଦେଖାଗଲା,ଯେଉଁଠି ସରକାର କହୁଛନ୍ତି ଷଡଯନ୍ତ୍ର ହେଉଛି। ସେ ଷଡଯନ୍ତ୍ରକାରୀଙ୍କ ନାଁ କୁହନ୍ତୁ। ବିଜେଡି ତାଙ୍କ ପଛରେ ରହିବ। ପୂର୍ବତନ ନିର୍ଦ୍ଦେଶକ ଓ ବର୍ତ୍ତମାନ ନିର୍ଦ୍ଦେଶକଙ୍କୁ ବହିଷ୍କାର କରାଯାଉ। ଗଣଶିକ୍ଷା ମନ୍ତ୍ରୀ ବି ଦାୟୀ। ତାଙ୍କୁ ବହିଷ୍କାର କରାଯାଉ। 380 କୋଟି ଭରଣା ହେଉ। ମୁଖ୍ୟ ଶାସନ ସଚିବ ବି ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।

Also Read- Tamilnadu Gas Tragedy : ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଆଖିବୁଜିଲେ ଆଉ ଜଣେ ଯୁବତୀ

ସେପଟେ ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ବିଜେଡି କଣ ରାଜ୍ୟକୁ ଚଳାଉଛି। ସେମାନେ ଶାସନ କରି ରାଜ୍ୟକୁ ଦୁରାବସ୍ଥାକୁ ଠେଲି ଦେଇଥିଲେ। ଏବେ ଆକ୍ସନ ନେଉଛନ୍ତି ସରକାର। ଆଗକୁ ଯିଏ ବି ଭୁଲ କରିବ। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ବାର୍ତ୍ତା ଦେଇଛନ୍ତି ସରକାର...