ତେଲକୋଇ ୨୮।୦୬ : ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି । କେନ୍ଦୁଝର ଜିଲ୍ଲାର ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏହାସହ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ। ଶନିବାର ବିଳମ୍ବିତ ରାତିରେ ଗାଁରେ ପହଁଚିଛି ମରଶରୀର । ପୂର୍ବ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ବୁଧୁବାରୀ ମୃତ୍ୟୁ ଘଟିଛି।

ଏହି ଭୟାବହ ଘଟଣା ପରେ ସେଠାରେ କାମ କରୁଥିବା ଓଡ଼ିଶାର ୬୬ ଜଣଙ୍କୁ ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ହରିଚନ୍ଦପୁର ଥାନା ଅଞ୍ଚଳର ଜଣେ ମହିଳା ଦଲାଲ ଏବଂ କାଳିଆହୋତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍କ ଆର୍ଥିକ ପ୍ରଲୋଭନ ଦେଖାଇ ତାମିଲନାଡ଼ୁ ସ୍ଥିତ ( ସି- ଫୁଡ଼୍ କମ୍ପାନୀ) ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟ କରିବାକୁ ନେଇଥିଲେ। ତାମିଲନାଡ଼ୁ ପୁଲିସ ଦ୍ବାରା ଶ୍ରୀକାନ୍ତ ଅଟକ ରହିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡିଛି।

Also Read:-ମାଲକାନଗିରି ପୋଲିସକୁ ବଡ଼ ସଫଳତା, ଗୁଣ୍ଠାବେଡ଼ା ଜଙ୍ଗଲରୁ ବଡ଼ଧରଣର ମାଓ ଡମ୍ପ ଠାବ

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଓ ଘଟଗାଁ ବ୍ଲକ୍ରୁ ଜୁଆଙ୍କ ପୁଅ-ଝିଅଙ୍କୁ ଏହି ଦଲାଲମାନେ ଗତ ୬ ମାସ ତଳେ ତାମିଲନାଡ଼ୁ ନେଇଥିଲେ। ସେଠାରେ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କରିବା ସହିତ ୩୦ ଦିନ କାର୍ଯ୍ୟ କଲେ ୧୫ ହଜାର ଟଙ୍କା ମଜୁରି ବାବଦକୁ ଦିଆଯାଉଥିଲା। ଗତ ରବିବାର ଦିନ ଉକ୍ତ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ କରିବାକୁ କେନ୍ଦୁଝର ଜିଲ୍ଲାର ୫ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟେ ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଦୁର୍ଘଟଣା ପରେ କାରଖାନା ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନଙ୍କୁ ରାଜ୍ୟ ସରକାର ନିଜ ହେପାଜାତରେ ଫେରାଇ ଆଣିଛନ୍ତି।