କଟକ: ପୋଲିସ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ରାଜ୍ୟରେ ଜରୁରୀକାଳୀନ ସେବା ପ୍ରଣାଳୀ (ଇଆସଏସଏସ)ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ବର୍ଗର ମୋଟ ୪,୧୯୫ଟି ପଦବୀ ସୃଷ୍ଟି କରାଯାଇଛି । ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପୋଲିସ କମିଶନରେଟଗୁଡ଼ିକୁ ବଣ୍ଟନ କରାଯାଇଛି । ଡିଜିପିଙ୍କ ଅନୁମୋଦନ କ୍ରମେ ଏହି ସରକାରୀ ଆଦେଶନାମା ପ୍ରକାଶ ପାଇଛି ।

କେଉଁ ପଦବୀରେ କେତେ ?

କନଷ୍ଟେବଳ -୨,୬୯୯

ସହକାରୀ ସବ-ଇନ୍ସପେକ୍ଟର-୯୭୨

ହାବିଲଦାର ମେଜର- ୩୭୭

ସବ-ଇନ୍ସପେକ୍ଟର-୧୦୮

ସବ-ଇନ୍ସପେକ୍ଟର-ଆର୍ମଡ୍- ୩୬

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ-୧

ଅତିରିକ୍ତ SP /ଡେପୁଟି କମାଣ୍ଡାଣ୍ଟ-୨

ମୋଟ ପଦବୀ- ୪,୧୯୫

ଜିଲ୍ଲାଗୁଡ଼ିକରେ ପଦବୀ ବଣ୍ଟନ

କୋରାପୁଟ-୨୧୨

କେନ୍ଦୁଝର-୨୦୨

ଅନୁଗୋଳ, ଗଞ୍ଜାମ, ସମ୍ବଲପୁର- ପ୍ରତ୍ୟେକ ଜିଲ୍ଲାକୁ ୧୯୨

ବାଲେଶ୍ୱର, ରାଉରକେଲା-ପ୍ରତ୍ୟେକକୁ ୧୮୩

ଯାଜପୁର, ପୁରୀ- ପ୍ରତ୍ୟେକକୁ ୧୭୨

ବଲାଙ୍ଗୀର-୧୬୩

କଟକ (ଗ୍ରାମାଞ୍ଚଳ)-୧୫୩

କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା- ପ୍ରତ୍ୟେକକୁ ୧୪୨

ରାଇରଙ୍ଗପୁର-୧୩୮

ବରଗଡ଼-୧୨୩

ମୟୂରଭଞ୍ଜ-୧୧୩

ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର-ପ୍ରତ୍ୟେକକୁ ୧୦୩

କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ସୁନ୍ଦରଗଡ଼- ପ୍ରତ୍ୟେକକୁ ୯୨

ବ୍ରହ୍ମପୁର, ଝାରସୁଗୁଡ଼ା-ପ୍ରତ୍ୟେକକୁ ୮୩

ଗଜପତି-୭୪

ଜଗତସିଂହପୁର, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର- ପ୍ରତ୍ୟେକକୁ ୭୩

ୟୁପିଡି କଟକ- ୬୪

ବୌଦ୍ଧ-୫୪

ଦେବଗଡ଼- ୩୪

ୟୁପିଡି ଭୁବନେଶ୍ୱର-୧୨

ଏସପି ହେଡକ୍ୱାଟର(SERC/MERC)-୬

ଏହି ନୂତନ ପଦବୀ ବଣ୍ଟନ ଦ୍ୱାରା ରାଜ୍ୟରେ ଜରୁରୀକାଳୀନ ପୋଲିସ ସେବା ଆହୁରି ଦ୍ରୁତ, ସୁଦୃଢ଼ ଓ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି ।