ଭୁବନେଶ୍ୱର ୧୦।୦୬ : ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ଆଇପିଏସ୍। ଉଭୟ ଅପରାଧ ଓ ଆଇନ ଶୃଙ୍ଖଳା ଉପରେ ରଖିବେ ନଜର। ଜିଲ୍ଲା ଉପରେ ଦେବେ ଫୋକସ। ଭିସି ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ପୁଣି ପୁରୁଣା ଢାଞ୍ଚାକୁ ଆପଣାଇଲା ଓଡ଼ିଶା ପୋଲିସ । ଏଥର ଜିଲ୍ଲା ବୁଲିବେ ଏଡିଜି ଓ ଆଇଜି । ଆଇନଶୃଙ୍ଖଳା ପରିସ୍ଥିତି ସହ ଥାନାରେ ଘଟୁଥିବା ଥାର୍ଡଡିଗ୍ରୀ ନେଇ ତଦନ୍ତ କରିବେ। ଡିଜିପିଙ୍କୁ ଦେବେ ରିପୋର୍ଟ। କ୍ରାଇମବ୍ରାଞ୍ଚ୍ ଡିଜି ଓ ଏଡିଜି ମାଓ ଅପରେସନ ସହ ଅନ୍ୟ ୧୩ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି।

ବିଗତ କିଛି ଦିନ ଧରି ରାଜ୍ୟରେ ଏକାଧିକ ହାଜତ ମୃତ୍ୟୁ, ଭିଡ଼ ହିଂସା, ଥାନାରେ‘ଥାର୍ଡ ଡିଗ୍ରୀ' ଆଦି ଆଚରଣ ପାଇଁ ପୋଲିସ ବିବାଦୀୟ ହୋଇ ପଡ଼ିଛି। ଅପରାଧୀମାନେ ଖୁଲମଖୁଲା ଆଇନକୁ ହାତକୁ ନେବା ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳାର ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ପୋଲିସର ଏଭଳି ଅପାରଗତା ଯୋଗୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏସବୁ ପରିସ୍ଥିତି ମଧ୍ୟରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବରିଷ୍ଠ ଅଫିସରମାନଙ୍କୁ ଜିଲ୍ଲାଗୁଡ଼ିକର ଦାୟିତ୍ୱ ନ୍ୟସ୍ତ ହୋଇଛି। ସମ୍ପୃକ୍ତ ଆଇପିଏସ୍ ଅଫିସରମାନେ ଜିଲ୍ଲାକୁ ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ଥାନାର କାର୍ଯ୍ୟକାରିତା ଦେଖିବେ। କୋଭିଡ ପୂର୍ବରୁ ଠିକ ସମାନ ଢଙ୍ଗରେ ଆଇପିଏସ ମାନଙ୍କୁ ଜିଲ୍ଲା ଦାୟିତ୍ୱ ମିଳିଥିଲା।

also read:-Thunderstorm Alert : ସାବଧାନ... ଅପରାହ୍ନରେ କାଚିବ ବର୍ଷା, ୬୦ କିମି ବେଗରେ ବହିବ ପବନ