ଭୁବନେଶ୍ୱର ୦୧।୧୧ : ବାତ୍ୟା ‘ଅର୍ଣ୍ଣବ’ ପରେ କ୍ଷୟକ୍ଷତିର ହେବ ଆକଳନ । କେତେ କ୍ଷତି ହୋଇଛି, କେତେ କ୍ଷତିଗ୍ରସ୍ତ ହୋଇଛି ଭିତ୍ତିଭୂମି, ତାର ହିସାବ କରିବେ ସରକାର । ଏଥିପାଇଁ ୬ଟି ଜିଲ୍ଲାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ । ତୁରନ୍ତ ପ୍ରସ୍ତୁତ କରିବାକୁ ପଡ଼ିବ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ । ଗଞ୍ଜାମଠାରୁ ରାୟଗଡ଼ା, ୬ ଜିଲ୍ଲାର DUDA ଟିମ୍କୁ ଦାୟିତ୍ୱ ।

ବାତ୍ୟା ‘ଅର୍ଣ୍ଣବ’ପରେ କ୍ଷୟକ୍ଷତିର ହେବ ଆକଳନ । ବାତ୍ୟାର ପ୍ରଭାବରେ କେଉଁ ଅଞ୍ଚଳରେ କେତେ କ୍ଷତି ହୋଇଛି, ତାର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିବାକୁ ୬ଟି ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏହି ତାଲିକାରେ ରହିଛି ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା । ଏହି ସବୁ ଜିଲ୍ଲାର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ବା DUDA ଟିମ୍କୁ ତୁରନ୍ତ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Also Read:-୩ ଦିନ ସମୁଦ୍ରକୁ ଯିବା ମନା, ମତ୍ସ୍ୟଜୀବୀଙ୍କୁ ଆଲର୍ଟ !

ଏହି କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦେବାକୁ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଜିଲ୍ଲାସ୍ତରରୁ ରିପୋର୍ଟ ଆସିବା ପରେ ତାହାକୁ ସଂକଳନ କରାଯାଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯିବ । ତେବେ ଏହି ଆକଳନ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ କ୍ଷୟକ୍ଷତିର ସଠିକ୍ ଚିତ୍ର ସାମ୍ନାକୁ ଆଣିବା ଉପରେ ଏବେ ଗୁରୁତ୍ୱ ଦିଆଯାଇଛି ।