ନୂଆଦିଲ୍ଲୀ : ଥରେ କଳ୍ପନା କରନ୍ତୁ ତ, ଯଦି ଆପଣ ସାକାହାରୀ ହୋଇଥିବେ ଆଉ ଭେଜ୍ ଅର୍ଡର କରିଥିବେ । କିନ୍ତୁ ପ୍ଲେଟରେ ମାଂସ ଖଣ୍ଡ ମିଳିଯାଏ, ସେତେବେଳ ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ ? ରାଗିବା ତ ସ୍ୱଭାବିକ କଥା । ଏମିତି କିଛି ଦେଖିବାକୁ ମିଳିଛି ବେଙ୍ଗାଲୁରୁ ବିମାନବନ୍ଦରରେ । ସେଠାରେ ଜଣେ ପରିବାର ଖାଇବାକୁ ଅର୍ଡର କରିଥିଲେ ଭେଜ୍ ବିରିୟାନୀ। ବିଲ୍ ରେ ମଧ୍ୟ ଲେଖାଥିଲା ଭେଜ୍ ବିରିୟାନୀ । ହେଲେ ସେମାନଙ୍କୁ ପରଷା ଯାଇଥିଲା ଚିକେନ୍ ମିଶା ଖାଦ୍ୟ । ଅର୍ଥାତ୍ ଖାଇବା ଆରମ୍ଭ କରିବା ପରେ ଭାତ ଭିତରୁ ବାହାରିଲା ଛୋଟ ଛୋଟ ଚିକେନ୍ ଖଣ୍ଡ । ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାରର ସଦସ୍ୟ। ଏହାପରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଘେରି ଜବାବ ମାଗିଥିଲେ। ଧୀରେ ଧୀରେ ବଢ଼ିଲା ଉତ୍ତେଜନା । ଶେଷରେ ଘଟଣାସ୍ଥଳରେ ପହଞ୍ଚିଲେ ଏୟାରପୋର୍ଟ ସୁରକ୍ଷା କର୍ମଚାରୀ । ବେଙ୍ଗାଲୁରୁ ବିମାନବନ୍ଦରର ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଏହି ଘଟଣା ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ରେ ଘଟିଛି । ରିପୋର୍ଟ ଅନୁଯାୟୀ, ବାରାଣସୀର ବାସିନ୍ଦା ପୀୟୂଷ ଅଗ୍ରୱାଲ ନିଜ ପରିବାର ସହ ଯାତ୍ରା କରୁଥିଲେ । ବିମାନ ଆସିବାକୁ ବିଳମ୍ବ ଥିବାରୁ ପରିବାର ସଦସ୍ୟମାନେ ବିମାନବନ୍ଦର ଭିତରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ନିଷ୍ପତ୍ତି ନେଇଥିଲେ । ସେଠାରେ ଥିବା 'ଟେଷ୍ଟ ଅଫ୍ ଇଣ୍ଡିଆ' ନାମକ ରେଷ୍ଟୁରାଣ୍ଟରୁ ପରିବାର ଲୋକେ ଭେଜ୍ ବିରିୟାନୀ ଅର୍ଡର କରିଥିଲେ । ପରିବାରର କହିବା ଅନୁଯାୟୀ, ସେମାନେ ଶାକାହାରୀ ଖାଦ୍ୟ ଅର୍ଡର କରିଥିଲେ । ଏପରି କି ଖାଦ୍ୟର ବିଲ୍ ରେ ମଧ୍ୟ ଭେଜ୍ ବିରିୟାନୀ ବୋଲି ଉଲ୍ଲେଖ ରହିଥିଲା । ହେଲେ ଖାଇବା ଆରମ୍ଭ କରିବା ପରେ ସେମାନେ ବିରିୟାନୀରେ ଛୋଟ ଛୋଟ ଚିକେନ୍ ଖଣ୍ଡ ଥିବା ସେମାନେ ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ପରିବାର ଲୋକେ ରାଗିଯାଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ  ପ୍ରଶ୍ନ କରିଥିଲେ। ଭେଜ୍ ବିରିୟାନୀରେ  ଚିକେନ୍ ଖଣ୍ଡ କେମିତି ଆସିଲା ବୋଲି ସେମାନେ ଜବାବ ମାଗିଥିଲେ । ଏହାକୁ ନେଇ ରେଷ୍ଟୁରାଣ୍ଟରେ କିଛି ସମୟ ପାଇଁ ହୋହଲ୍ଲା ହୋଇଥିଲା । ପରିସ୍ଥିତି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହେବାରୁ ବିମାନବନ୍ଦରର ସୁରକ୍ଷା କର୍ମଚାରୀ ଏବଂ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ରେଷ୍ଟୁରାଣ୍ଟର ମ୍ୟାନେଜର ଓ ରୋଷେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡକାଯାଇଥିଲା । ପରେ  ମ୍ୟାନେଜର ଓ ସେଫ୍ ମଧ୍ୟ ଖାଦ୍ୟରେ ଚିକେନ୍ ଥିବା କଥା ସ୍ୱୀକାର କରିଥିଲେ । ତେବେ ଏଭଳି ଭୁଲ୍ କେମିତି ହେଲା, ତାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

🚨 URGENT | BENGALURU AIRPORT T1 At Taste of India, Bengaluru Airport T1 (Gate 16–17), our family ordered VEG BIRYANI, clearly mentioned on the bill, but we were served NON-VEGETARIAN FOOD. We are a strictly vegetarian family, and even children unknowingly consumed it. This has caused severe distress and hurt our religious sentiments. 🎥 Videos of our conversation with the restaurant manager & chef are attached. They also confirmed the food was having chicken. Bill and other evidence are also attached. We request FSSAI, Bengaluru Airport and concerned authorities to urgently investigate, check CCTV/order records and take strict action. @fssaiindia @BLRAirport @AirSewaIndia @jagograhakjago @PMOIndia @CMofKarnataka @DKShivakumar @JoshiPralhad @PrashantKej @AakashBansal94

ଏହି ଘଟଣାକୁ ନେଇ ପୀୟୂଷ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କିଛି ଭିଡିଓ ସେୟାର କରିଛନ୍ତି। ଏକ ଭିଡିଓରେ ପରିବାରର ଜଣେ ମହିଳା ସଦସ୍ୟ ପ୍ଲେଟରେ ଥିବା ଚିକେନ୍ ଖଣ୍ଡଗୁଡ଼ିକୁ ଦେଖାଉଥିବା ନଜର ଆସିଛନ୍ତି। ଭିଡିଓରେ ପୀୟୂଷ କହୁଛନ୍ତି ଯେ, ସେମାନେ ଭେଜ୍ ବିରିୟାନୀ ଅର୍ଡର କରିଥିଲେ, କିନ୍ତୁ ଏଥିରେ ଚିକେନ୍ ଖଣ୍ଡ ମିଳିଛି। ଏପରିକି ପରିବାରର ଛୋଟ ପିଲାମାନେ ମଧ୍ୟ ଅଜାଣତରେ ସେହି ବିରିୟାନୀ ଖାଇଦେଇଥିଲେ। ପରେ ଖାଦ୍ୟରେ ଚିକେନ୍ ଥିବା ଜଣାପଡ଼ିବା ପରେ ପରିବାରର ସମସ୍ତେ ମାନସିକ ଭାବେ ଆଘାତ ପାଇଛନ୍ତି। ଘଟଣା ପରେ ପୀୟୂଷ ସମ୍ପୃକ୍ତ ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସହ ବେଙ୍ଗାଲୁରୁ ବିମାନବନ୍ଦର ପ୍ରଶାସନକୁ ମଧ୍ୟ ଏନେଇ ଅଭିଯୋଗ ଜଣାଇଛନ୍ତି।

Also Read- ସ୍ବାମୀକୁ ମାରିବାକୁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର, ସାମିଲ ଥିଲେ ୨ ପ୍ରେମିକ; ଏବେ ଜେଲ୍‌ର କଟିବ ଜୀବନ

ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅନେକ ଲୋକ ରେଷ୍ଟୁରାଣ୍ଟର ଏଭଳି ଦାୟିତ୍ୱହୀନତାକୁ ସମାଲୋଚନା କରିଛନ୍ତି । ଗ୍ରାହକ ଯେଉଁ ଖାଦ୍ୟ ଅର୍ଡର କରିଛନ୍ତି, ତାଙ୍କୁ ସେହି ଖାଦ୍ୟ ଠିକ୍ ଭାବେ ପରଷିବା ରେଷ୍ଟୁରାଣ୍ଟର ଦାୟିତ୍ୱ ବୋଲି ମତ ଦେଇଛନ୍ତି । ବିଶେଷକରି ଶାକାହାରୀ ଓ ମାଂସାହାରୀ ଖାଦ୍ୟ ମଧ୍ୟରେ ଏଭଳି ଅଦଳବଦଳକୁ ଗୁରୁତର ତ୍ରୁଟି ବୋଲି କହିଛନ୍ତି । ଅନ୍ୟପଟେ କିଛି ଲୋକ ପରିବାରର ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ରେଷ୍ଟୁରାଣ୍ଟରେ ଉଭୟ ଶାକାହାରୀ ଓ ମାଂସାହାରୀ ଖାଦ୍ୟ ପ୍ରସ୍ତୁତ ହେଉଛି, ସେଠାରୁ ଖାଦ୍ୟ ଅର୍ଡର କରିବା ଉଚିତ କି ନୁହେଁ ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି। ତେବେ ଏଭଳି ଘଟଣାକୁ ନେଇ ଆପଣଙ୍କ ମତ କ'ଣ , କମେଣ୍ଟ ବକ୍ସରେ ଲେଖି ଜଣାଇବେ ନିଶ୍ଚୟ।