ଭୁବନେଶ୍ୱର ୧୫।୧୦ : ମୁଁ ଏହା କହିନାହିଁ । ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି । ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି । କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ । ହମ୍ ସବକେ ହୈ, ସବ ହମାରେ ହୈ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ।

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ । ତାଙ୍କର ଏକ ରିପୋର୍ଟରେ ସେ ଓଡ଼ିଶାରେ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ କାମ କରିବା ବୋଲି କହୁଥିବାର ଚର୍ଚ୍ଚା ଏବଂ ଆଲୋଚନା ହୋଇଥିଲା । ଯାହାକୁ ନେଇ  ଏବଂ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟପାଳ  ବ୍ରଜମୋହନ ରାମ ।

Also Read:-ଭାରତରୁ ବିଦା ହେଲେ ଅମିର ଖାନଙ୍କ ଭଣଜା : ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ

ସେ କହିଛନ୍ତି ଯେ, ଏପରି କୌଣସି ମନ୍ତବ୍ୟ ମୁଁ ଦେଇନାହିଁ । ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି । ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି । କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ । ହମ୍ ସବକେ ହୈ, ସବ ହମାରେ ହୈ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ।