ମୁମ୍ବାଇ, ୧୫/୧୦ : ବଲିଉଡ୍ ଅଭିନେତା ଅମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ । ଅକ୍ଟୋବର ୨୮ ସୁଦ୍ଧା ତାଙ୍କୁ ଭାରତରୁ ବାହାରି ଯିବାକୁ କୁହାଯାଇଛି । ଏଥିପାଇଁ ନୋଟିସ ଜାରି ହୋଇଛି । ଇମ୍ରାନଙ୍କୁ ଏହି ନୋଟିସ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି । ସେ ମୁମ୍ବାଇରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ଅନ୍ଦୋଳନରେ ସାମିଲ ହେଲା ପରେ ଗିରଫ ହୋଇଥିଲେ ।

ଇମ୍ରାନ୍ ଇମିଗ୍ରେସନ୍ ଆକ୍ଟ୍ ଅନୁସାରେ ଭାରତର ନାଗରିକ ନୁହଁନ୍ତି । ତଥାପି ସେ ଦେଶରେ ଏକ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ଦିଗରେ ଇମ୍ରାନ ମୁମ୍ବାଇ ପୋଲିସ ପକ୍ଷରୁ ଜାରି ନୋଟିସକୁ ଗ୍ରହଣ କରିଛନ୍ତି ।

Also Read :-ଓଳିଏ ଖାଇ ରଖିଥିଲେ ୧୭ ଲକ୍ଷ ଟଙ୍କା, ଏବେ ମନ୍ଦିରରେ ଲଗାଇଲେ ରେଲିଂ... ଶିବରାମଙ୍କୁ ସବୁଠି ପ୍ରଶଂସା

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ସିଜେପିର ଏକ ଆନ୍ଦୋଳନ ହୋଇଥିଲା । ଏଥିରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା । ଆନ୍ଦୋଳନରେ ଇମ୍ରାନ୍ ଖାନ୍ ସାମିଲ ହୋଇଥିଲେ । ପୋଲିସ ତାଙ୍କୁ ଏଠାରୁ ଗିରଫ କରିଥିଲା । ତାଙ୍କ ସହ ୪୦୦ରୁ ଅଧିକ ଆନ୍ଦୋଳନକାରୀଙ୍କ ବିରୋଧରେ ଏଫଆଇଆର ହୋଇଥିଲା ।

ସୂଚନାଯୋଗ୍ୟ, ଇମ୍ରାନଙ୍କ ପାଖରେ ଭାରତର ନାଗରିକତା ନାହିଁ । ସେ ଆମେରିକାର ନାଗରିକ ଅଟନ୍ତି । ୧୯୮୩ ଜାନୁଆରୀ ୧୩ରେ ସେ ଆମେରିକାର ମାଡିସନରେ ଜନ୍ମ ହୋଇଥିଲେ । ତାଙ୍କ ପାଖରେ ୟୁଏସ୍ ପାସପୋର୍ଟ ସହ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡ ମଧ୍ୟ ରହିଛି ।