ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସରକାରୀ ସ୍ତରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ମାନଙ୍କୁ ନିୟମିତ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ଏବେ ନିୟମିତ କରାଯାଇଛି। ସେମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ-ଭି (Level-V(A)) ରେ ସହକାରୀ ଶିକ୍ଷକ ଭାବେ ଘୋଷଣା କରାଯାଇଛି।

Also Read: ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, କ’ଣ କହିଲେ ଶୁଣନ୍ତୁ…

ପିଛିଲା ଭାବେ ମିଳିବ ନିୟମିତ ଦରମା

ଏହି ନିୟମିତକରଣ ପରେ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ଏବଂ ଅନ୍ୟାନ୍ୟ ସେବାଜନିତ ସୁବିଧା ପାଇବାକୁ ଯୋଗ୍ୟ ହେବେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକ ଦୀର୍ଘ ଦିନରୁ କରିଆସୁଥିବା ଦାବି ପୂରଣ ହୋଇଥିବାବେଳେ ଶିକ୍ଷକ ମହଲରେ ଖୁସିର ବାତାବରଣ ଖେଳିଯାଇଛି।